ସାଇକେଲ ଚେନରେ ତଣ୍ଟିଚିପି ସ୍ତ୍ରୀକୁ ହତ୍ୟା

ସାଇକେଲ ଚେନରେ ତଣ୍ଟିଚିପି ସ୍ତ୍ରୀକୁ ହତ୍ୟା

ସାଇକେଲ ଚେନରେ ତଣ୍ଟିଚିପି ସ୍ତ୍ରୀକୁ ହତ୍ୟା
ନୟାଗଡ଼: କିଛି ଦିନ ବ୍ୟବଧାନରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ପରକୀୟା ପ୍ରୀତି ପାଇଁ ପୁଣି ଏକ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀଙ୍କୁ ଛାଡ଼ି ସ୍ୱାମୀଙ୍କ ସାଙ୍ଗ ତଥା ଅଟୋ ଚାଳକଙ୍କ ସହ ଫେରାର ଥିବା ଗୀତା ବେହେରା (୩୦) ହତ୍ୟାର ଶିକାର ହୋଇଛନ୍ତି । ତାଙ୍କ ସ୍ୱାମୀ ସନ୍ତୋଷ ବେହେରା (୪୦) ସାଇକେଲ ଚେନରେ ଗୀତାକୁ ତଣ୍ଟିଚିପି ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସନ୍ତୋଷ ଓ ଗୀତାଙ୍କ ବିବାହ ବୈଦିକ ରୀତିରେ ସମ୍ପନ୍ନ ହୋଇଥିଲା । ସେମାନଙ୍କର ଏବେ ଏକ ୧୩ ବର୍ଷର ପୁଅ ମଧ୍ୟ ରହିଛି । ତେବେ ସନ୍ତୋଷ ଅନେକ ସମୟରେ ମଦ ପିଇ ଗୀତାଞ୍ଜଳୀକୁ ନିର୍ଯାତନା ଦେଉଥିଲା । ଯାହାକୁ ନେଇ ପରିବାରରେ ସବୁବେଳେ ଅଶାନ୍ତ ବାତାବରଣ ଲାଗି ରହୁଥିଲା । ସନ୍ତୋଷ ଓ ଗୀତାଙ୍କ ମଧ୍ୟରେ ଦୂରତା ବଢ଼ୁଥିବାରୁ ସନ୍ତୋଷଙ୍କସାଙ୍ଗ ଅଟୋ ଚାଳକ ସନ୍ତୋଷ ସାହୁଙ୍କ ଘର ନୂଆଗାଁ ବ୍ଲକ ଦୁଦୁଦୁରା ଗ୍ରାମରେ ବୋଲି ଜଣାପଡ଼ିଛି । ଏହା ପରେ ଗୀତା ଅଟୋ ଚାଳକ ସନ୍ତୋଷ ସହିତ ଭୁବନେଶ୍ୱର ଚାଲିଯାଇଥିଲେ । ସାଲିଆ ସାହି ବସ୍ତିରେ ଗୀତା ଓ ଅଟୋ ଚାଳକ ସନ୍ତୋଷ ସାହୁ ପତି ପତ୍ନୀ ଭାବେ ରହୁଥିଲେ । ପାଖାପାଖି ଦୁଇ ମାସ ହେବ ଅସନ୍ତୋଷର ନିଅାଁରେ କୁହୁଳୁଥିବା ସ୍ୱାମୀ ସନ୍ତୋଷ ଗତ ଗୁରୁବାର ଦିନ କୌଶଳକ୍ରମେ ଗୀତାଙ୍କୁ ସାଲିଆସାହିରୁ ନିଜ ଗ୍ରାମ ନୂଆ ଗାଁ ବ୍ଲକ ଚାହାଳି ନିକଟସ୍ଥ ଜଗନ୍ନାଥପୁରକୁ ଡକାଇଥିଲେ । ସେଠାରେ ତାଙ୍କର ସନେ୍ଦହଜନକ ମୃତୁ୍ୟ ହୋଇଥିଲା । ସାଇକଲ ଚେନରେ ଗୀତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ସନ୍ତୋଷଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।