ସାନ୍ତାଳୀ ଶାଢ଼ି ପିନ୍ଧି ଶପଥ ନେଲେ ରାଷ୍ଟ୍ରପତି
ସାନ୍ତାଳୀ ଶାଢ଼ି ପିନ୍ଧି ଶପଥ ନେଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ସମୟରେ ଦ୍ରୌପଦୀ ପିନ୍ଧିଥିବା ଶାଢ଼ିକୁ ନେଇ ସବୁଆଡେ଼ ଚର୍ଚ୍ଚା । କୁହାଯାଉଛି ଯେ ଶପଥ ଗ୍ରହଣ ସମୟରେ ରାଷ୍ଟ୍ରପତି ମୁର୍ମୁ ପିନ୍ଧିଥିବା ସବୁଜ-ଲାଲ ଧଡ଼ିର ଧଳା ଶାଢ଼ି ହେଉଛି ପାରମ୍ପରିକ ସାନ୍ତାଳୀ ଶାଢ଼ୀ ।ଏହା ସାନ୍ତାଳୀ ମହିଳା ମାନଙ୍କର ବେଶ ପସନ୍ଦର ଶାଢ଼ି । ସ୍ୱତନ୍ତ୍ର ଉôସବମାନଙ୍କରେ ସାନ୍ତାଳୀ ମହିଳାମାନେ ଏହି ଶାଢ଼ି ପିନ୍ଧିଥାନ୍ତି । ଏହା ମହିଳାମାନଙ୍କର ବେଶ ପସନ୍ଦ ସାଢି । ସ୍ୱନ୍ତ୍ରତ ଉତ୍ସବମାନଙ୍କରେ ସାନ୍ତାଳି ମହିଳାମାନେ ଏହି ଶାଢି ପିନ୍ଧିଥାନ୍ତି । ତୁଳାରୁ ସ୍ୱନ୍ତ୍ରତଭାବେ ସୂତା ପ୍ରସ୍ତୁତ କରାଯାଇଥାଏ । ଏହି ଶାଢି ବୁଣାକାରମାନେ ହାତରେ ବୁଣିଥାନ୍ତି ।
ଗାନ୍ଧୀ ଚାହୁଁଥିଲେ ଲୋକମାନେ ସ୍ୱଦେଶୀ ବସ୍ତ୍ର ପରିଦାନ କରନ୍ତୁ ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଉପାର୍ଜନା କରିପାରିବେ ପାରମ୍ପାରୀକ ସାନ୍ତାଳି ଶାଢିର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହାର ଆର୍ଟୱାର୍କା ଏହା ଶାଢିକୁ ଆହୁରି ଆକର୍ଷଣୀୟ କରିଥାଏ । ସାନ୍ତାଳି ଶାଢି ଓଡିଶା , ଝାଡଖଣ୍ଡ, ପଶ୍ଚିମବଙ୍ଗ,ଆସାମ ସମେତ ଅନ୍ୟ ରାଜ୍ୟମାନଙ୍କରେ ପ୍ରଚଳିତ ରହିଛି ।




admin 