ସାପ ନେଲା ୬ ଜୀବନ

ସାପ ନେଲା ୬ ଜୀବନ

ସାପ ନେଲା ୬ ଜୀବନ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ମୋଟ ୬ ଜଣଙ୍କ ମୃତୁ୍ୟ ହୋଇଛି । ଗଞ୍ଜାମରେ ୩, ଅନୁଗୁଳରେ ୨ ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇରେ ଜଣଙ୍କର ମୃତୁ୍ୟ ହୋଇଛି । ଗଞ୍ଜାମର କଦଳା ବି.ନୂଆପଲ୍ଲୀ ଗ୍ରାମରେ ୪ ବର୍ଷର ପୁଅ ସହ ମା’ର ମୃତୁ୍ୟ ହୋଇଛି । ସେହିପରି କବିସୂର୍ଯ୍ୟନଗରରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ଏହାଛଡ଼ା କେନ୍ଦୁଝର ଜିଲ୍ଲା ତେଲକୋଇରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି । ଅନୁଗୁଳ ବେନ୍ତପୁର ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଯାଁଳା ଭଉଣୀଙ୍କ ମୃତ୍ୟୁ ହୋଇଛି। ଦୁଇ ଭଉଣୀ ହେଲେ ବେନ୍ତପୁରର ସୁମନ୍ତ ସାହୁଙ୍କ ଯାଁଳା ଝିଅ ସୁଜାତା ଓ ରୋଜାଲିନ। ସେମାନଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି। ଘରେ ଶୋଇଥିବା ସମୟରେ ରବିବାର ବିଳମ୍ବିତ ରାତିରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ନେବା ବାଟରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।