ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ନିପାତ
ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁକଶ୍ମୀର ଶ୍ରୀନରଗରର ହରବାନ ଅଞ୍ଚଳରେ ସୁରକ୍ଷାକର୍ମୀ ଗୁଳିରେ ଲସ୍କର-ଏ-ତୋଇବାର ଆତଙ୍କବାଦୀ ନିପାତ ହୋଇଛି। ଏନେଇ ସେନା ପକ୍ଷରୁ ସୂଚନା ମିଳିଛି।
ଆଜି ଭୋରୁ ପୁଲିସ ଏବଂ ସିଆର୍ପିଏମ୍ର ଏକ ମିଳିତ ଟିମ୍ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ହରନାବ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହାର ଜବାବରରେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ଏଥିରେ ଆତଙ୍କବାଦୀ ନିହତ ହୋଇଛି। ଘଟଣାସ୍ଥଳରେ ଏବେ ମଧ୍ୟ ତଲାସ ଅଭିଯାନ ଜାରି ରହିଛି ବୋଲି ରାତି ୪.୦୯ରେ ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ ସୂଚନା ଦେଇଛି।
ରିପୋର୍ଟ ଅନୁସାରେ, ନିହତ ଆତଙ୍କବାଦୀ ଜଣକ ବିଦେଶୀ ବୋଲି ଜଣାପଡୁଛି। ଏହି ଆତଙ୍କବାଦୀ ଜଣକ ଲସ୍କର-ଏ-ତୋଇବାର ବୋଲି କୁହାଯାଉଛି, କିନ୍ତୁ ତାଙ୍କର ପ୍ରକୃତ ପରିଚୟ ଜାଣିବା ଲାଗି ଉଦ୍ୟମ ଜାରି ରହିଛି। କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି।




admin 