ସେସୁର ପ୍ରଥମ ପର୍ଯ୍ୟାୟ ବିଜୁଳି କାଟ ଅଭିଯାନ ଶେଷ, ଅନ୍ଧାରରେ ୧୨ ହଜାର ବ୍ୟବସାୟିକ ପ୍ରତିଷ୍ଠାନ, ୧୮ ଦିନରେ ଅସୁଲ ହେଲା ୭୨.୬୬ କୋଟି ।

ଭୁବନେଶ୍ୱର: “ପ୍ରଥମ ପର୍ଯ୍ୟାୟ ସ୍ୱତନ୍ତ୍ର ବକେୟା ଅସୁଲ ଓ ବିଜୁଳି କାଟ ଅଭିଯାନ ବୁଧବାର ଶେଷ ହୋଇଛି । ଗୁରୁବାର ଠାରୁ ୧୦ ଦିନ ପାଇଁ ଅଭିଯାନକୁ ସ୍ଥଗିତ ରଖାଯାଇଛି । ଏ ଅବଧିରେ ନିଜର ବକେୟା ବିଜୁଳି ଦେୟ ଦାଖଲ କର ଓ ଫେବୃୟାରୀ ୧୬ ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ବିଜୁଳି କାଟରୁ ସୁରକ୍ଷିତ ରୁହ ।” ଖିଲାପୀ ଉପଭୋକ୍ତାଙ୍କୁ ଏଭଳି ଚେତାବନି ଦେଇଛନ୍ତି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ) । ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅରୁଣ ବୋଥ୍ରା କହିଛନ୍ତି, ଜାନୁଆରୀ ୧୬ ରୁ କମ୍ପାନୀ ଆରମ୍ଭ କରିଥିବା ସ୍ୱତନ୍ତ୍ର ବକେୟା ଅସୁଲ ଓ ବିଜୁଳି କାଟ ଅଭିଯାନକୁ ଫେବୃୟାରୀ ୧୬ ଯାଏଁ ସ୍ଥଗିତ ରଖାଯାଇଛି । ଅଭିଯାନର ୧୮ ଦିନରେ କମ୍ପାନୀର ୨୦ ଟି ଯାକ ବିଜୁଳି ଡିଭିଜନରେ ୪୮୦ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ମାଧ୍ୟମରେ ୧,୬୧,୮୦୧ ଖିଲାପୀ ବ୍ୟବସାୟିକ ପ୍ରତିଷ୍ଠାନରେ ପହଞ୍ଚିଥିଲା ସେସୁ । ଏ ଅବଧିରେ ଉପଭୋକ୍ତାଙ୍କ ନିକଟରୁ ୭୨ କୋଟି ୬୬ ଲକ୍ଷ ଟଙ୍କା ଅସୁଲ କରାଯାଇଛି । ସେଥିମଧ୍ୟରୁ ୬ କୋଟି ୩୬ ଲକ୍ଷ ଟଙ୍କା ଅନଲାଇନ ଜରିଆରେ ପୈଠକ ହୋଇଛି । ଏପରିକି ଅସୁଲ ହୋଇଥିବା ଏହି ବକେୟାରେ ଘରୋଇ ଗ୍ରାହକଙ୍କ ୨୦% ଅବଦାନ ରହିଛି । ଶ୍ରୀ ବୋଥ୍ରା କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଅଭିଯାନରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ୨୧,୩୩୯ ଜଣ ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକ ବକେୟା ଦେବାକୁ ମନା କରିଥିଲେ । ଏଣୁ ସେମାନଙ୍କ ବିଜୁଳି ସଂଯୋଗକୁ କଟାଯାଇଥିଲା ।