ସ୍କୁଲ ବନ୍ଦ ପ୍ରତିବାଦରେ ଅଭିଭାବକ ମହାସଂଘର ବୈଠକ
ସ୍କୁଲ ବନ୍ଦ ପ୍ରତିବାଦରେ ଅଭିଭାବକ ମହାସଂଘର ବୈଠକ
admin
Nov 24, 2020 - 14:00
Updated: Nov 24, 2020 - 14:00
ଭୁବନେଶ୍ୱର :ସର୍ବ ଦଳୀୟ ବୈଠକ ପରେ ଗତ କାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨ରୁ ଉର୍ଦ୍ଧ ଚାଲୁଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସର୍ବ ଦଳୀୟ ବୈଠକରେ ନିଅ ଯାଇଥିବା ନିଷ୍ପତିକୁ ତୁରନ୍ତ ମାନିନେବା ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବି କରୁଛି । ଆଜି ୨୪.୧୧.୨୦୨୦ ତାରିଖ ଅପରାହ୍ନ ଘ୧୨.୩୦ ମିନିଟ ସମୟରେ ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ ଦାବି କରିଚ୍ଛନ୍ତି ।
୧) ସର୍ବ ଦଳୀୟ ବୈଠକର ନିଷ୍ପତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିସ୍ପତିକୁ ସ୍ଥଗିତ ରଖାଯାଉ ।
୨) ପ୍ରାୟ ୮୦୦୦ ରୁ ଉର୍ଦ୍ଧ ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ସ୍କୁଲ ମାଲିକଙ୍କ ବିରୁଦ୍ଧରେ ୠଓଜ ଦିଆଯାଇ ଗିରଫ କରାଗଲେ ଆଉ ନୂଆ ସ୍କୁଲ ବେଆଇନ ଭାବେ ଚାଲି ପାରିବ ନାହିଁ
୩. ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟିକୁ ପୁନଃ ଗଠନ କରାଯାଇ ସଂସଦ, ବିଧାୟକ, ପଂଚାୟତି ରାଜ ନିର୍ବାଚିତ ଜଣ ପ୍ରତିନିଧି ଓ ଶିକ୍ଷାବିତ ମାନଙ୍କୁ ନିଆଯାଉ ।
୪) ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକ ମାନଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବ ଓ ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କମକରୁଥିବା ବିଭିନ୍ନ ସଂଗଠନ ଗୁଡିକୁ ଡାକି ଏକ ପରାମର୍ଶ ସଭା ଆୟୋଜନ କରନ୍ତୁ ।
ଏହି ଉପରୁକ୍ତ ଚାରିଗୋଟି ପ୍ରସ୍ତାବ ଗ୍ରହଣ ନକଲେ ଓଡିଶା ଅଭିଭାବକ ମହାସଂଘ ଓଡ଼ିଶାର ଶିକ୍ଷାର ସୁରକ୍ଷା ଏବଂ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନ ଇତ୍ୟାଦି ଙ୍କୁ ନେଇ ଏକ ବ୍ୟାପକ ମଂଚ, ଶିକ୍ଷା ବଞ୍ଚାଆ ଅଭିଯାନ ଆରମ୍ଭ କରି ରାଜ୍ୟ ସାରା ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ବନ୍ଦ ହେବାକୁ ଥିବା ସମସ୍ତ ସ୍କୁଲର ଅଭିଭାବକ ମଣ୍ଡଳୀ ମାନଙ୍କୁ ସ୍କୁଲ ବନ୍ଦ ପ୍ରତିବାଦରେ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପଠାଇବାକୁ ଅନୁରୋଧ କରାଯାଉଛି। ପ୍ରତି ଜିଲ୍ଲାରେ ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ମିଳନୀମାନ ସବୁ ରାଜନୈତିକ ଦଳ, ଶିକ୍ଷକ ସଂଘ ଓ ଗଣ ସଂଘଠନ ମାନଙ୍କୁ ନେଇ ଅନୁଷ୍ଠିତ ହେବ, ଆନ୍ଦୋଳନକୁ ବ୍ୟାପକ କରିବାକୁ ହେଲେ ମହାସଂଘ ଅନ୍ୟ ସଂଘଠନ ମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ଅଧକ୍ଷ ଭୁମୋହନ ପଟନାୟକ, ସତ୍ୟବ୍ରତ ପରିଜା, ଶଙ୍କର ସାମନ୍ତରାୟ ଓ ଅନନ୍ତ ରାଉତ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।