ସ୍ତ୍ରୀର ତଣ୍ଟି କାଟିବା ପରେ ସ୍ବାମୀର ଆତ୍ମହତ୍ୟା
ସ୍ତ୍ରୀର ତଣ୍ଟି କାଟିବା ପରେ ସ୍ବାମୀର ଆତ୍ମହତ୍ୟା
ପିପିଲି: ପାରିବାରିକ କଳହ ଯୋଗୁଁ ଗୋଟିଏ ଜୀବନ ଯିବା ପରେ ଆଉ ଜଣେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପିପିଲି ଥାନା ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ନିର୍ମଳା ଗ୍ରାମରେ। ଘରୋଇ କଳି ଉଗ୍ର ରୂପ ଧାରଣ କରିଛି। କୌଣସି କାରଣକୁ ନେଇ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସ୍ୱାମୀ ବ୍ରଜକିଶୋର ସାହୁ (୬୨) ସ୍ତ୍ରୀ ସାବିତ୍ରୀ ସାହୁଙ୍କ ତଣ୍ଟି କାଟିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି।
ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପିପିଲି ପୁଲିସ ଓ ସାତଶଂଖ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।




admin 