ସ୍ତ୍ରୀ’କୁ ସ୍ମାର୍ଟ ଫୋନ ଉପହାର ଦେବା ପଡିଲା ମହଙ୍ଗା, ଚାଟିଂ କରି ଫେରାର
ସ୍ତ୍ରୀ’କୁ ସ୍ମାର୍ଟ ଫୋନ ଉପହାର ଦେବା ପଡିଲା ମହଙ୍ଗା, ଚାଟିଂ କରି ଫେରାର
ଆଗ୍ରା : ପତ୍ନୀ ଏକୁଟିଆ ଅନୁଭବ କରି ବୋର ହେଉଥିବାରୁ ପତି ତାଙ୍କୁ ଏକ ସ୍ୱାର୍ଟ ଫୋନ କିଣି ଦେଇଥିଲେ । ଏହପରେ ଚାଟିଂ ଆପରେ ଚାଟ କରି ଅନ୍ୟ ଜଣେ ଯୁବକଙ୍କ ସହ ପତ୍ନୀ ଫେରାର ହୋଇଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାଠାରେ ।
ସୂଚନା ଅନୁସାରେ ପତ୍ନୀ ଜଣଙ୍କ ସ୍ମାର୍ଟ ଫୋନ କିଣିଦେବାକୁ ସ୍ୱାମୀଙ୍କ ଆଗରେ ଜିଦ୍ ଧରିଥିଲେ । ସ୍ୱାମୀ ତାଙ୍କୁ ସ୍ମାର୍ଟ ଫୋନ୍ କିଣି ଉପହାର ଦେଇଥିଲେ । ଏହାପରେ ପତ୍ନୀ ଘଣ୍ଟାଘଣ୍ଟା ଫେସବୁକ୍ ଇନଷ୍ଟାଗ୍ରାମରେ ଚାଟିଂ କରିବାରେ ବ୍ୟସ୍ତ ରହିଲେ । ସୋସିଆଲା ମିଡିଆରେ ସକ୍ରିୟ ରହି ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ ମହିଳା । ଏକଥା ଦେଖି ତାଙ୍କ ସ୍ୱାମୀ ରାଗରେ ମୋବାଇଲ ଭାଙ୍ଗି ଦେଇଥିଲେ ।
କିନ୍ତୁ ଚାଟିଂ କରିବାର ନିଶା ଏତେ ଥିଲା ଯେ, ପତ୍ନୀ ଜଣଙ୍କ ଆଉ ଏକ ନୂଆ ଫୋନ କିଣି ପୁଣି ଚାଟିଂରେ ବ୍ୟସ୍ତ ରହିଲେ । କିଛିଦିନ ପରେ ଉକ୍ତ ମହିଳାଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଘରେ ଥିବା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହପରେ ମହିଳାଙ୍କ ବାପଘର ଲୋକ ତାଙ୍କ ସ୍ୱାମୀଙ୍କ ନାଁ’ରେ ଥାନରେ ଅଭିଯୋଗ କରିଥିଲେ । ପୁଲିସ୍ ଖୋଜାଖୋଜି କରିବା ମାସେ ପରେ ମହିଳା ଜଣଙ୍କ ଜଣେ ଯୁବକଙ୍କ ସହ ମିଳିଥିଲେ । ଏହା ଜାଣିବାପରେ ନିଜ ସ୍ତ୍ରୀ’କୁ ପାଖରେ ରଖିବାକୁ ମନା କରିଦେଇଥିଲେ । କହିରଖୁ ଯେ, ମହିଳାଜଣଙ୍କ ୧୫ବର୍ଷ ହେଲା ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି ।




admin 