ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’

ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’

ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’
ନୂଆଦିଲ୍ଲୀ:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ କୁ ବାତିଲ କରାଯାଇଛି । ସୋମବାର ଭୋର୍ ୨ଟା ୫୧ ମିନିଟ୍ ସମୟରେ ଏହାର ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଛି । ପରେ ନୂଆ ପ୍ରକ୍ଷେପଣର ତାରିଖ ଇସ୍ରୋ ଘୋଷଣା କରିବ । ଇସ୍ରୋ ପକ୍ଷରୁ ରାତିରେ ଜାରି ବିବୃତିରେ କୁହାଯାଇଛି ଯେ ଚନ୍ଦ୍ରଯାନ-୨କୁ ମହାକାଶକୁ ନେଇଯିବା ଲାଗି ବ୍ୟବହାର କରାଯିବାକୁ ଥିବା ଶକ୍ତିଶାଳୀ ପ୍ରକ୍ଷେପଣ ଯାନ ଜିଏସଏଲଭି ଏମକେ-୩ ବା ବାହୁବଳୀର କ୍ରାୟୋଜେନିକ ଷ୍ଟେଜରେ ତରଳ ହାଇଡ୍ରେଜେନ ଭରିବା ପ୍ରକ୍ରିୟା ରାତି ୧ଟା ୩୪ରେ ଶେଷ ହୋଇଥିବଲା । ଏହା ପରେ ପରେ ସେଥିରେ ତ୍ରୁଟି ଦେଖାଦେଇଥିଲା । ଉତକ୍ଷେପଣର ଠିକ ୫୬ ମିନିଟ୍ ପୂର୍ବରୁ ଏହି ତ୍ରୁଟି ଦେଖିବାକୁ ମିଳିଥିଲା । ତେଣୁ ପ୍ରତିଶେଧକ ବ୍ୟବସ୍ଥାଳ ସ୍ୱରୂପ ଚନ୍ଦ୍ରଯାନ-୨ର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଛି । କେବେ ଚନ୍ଦ୍ରଯାନ-୨ ମହାକାଶକୁ ପଠାଯିବ ସେଥିପାଇଁ ପରବର୍ତୀ ସମୟରେ ନୂଆ ତାରିଖ ଘୋଷଣା କରାଯିବ ।