ସ୍ବବିବାହ କରିବେ ଯୁବତୀ
ସ୍ବବିବାହ କରିବେ ଯୁବତୀ
ଗୁଜୁରାଟ: ଏହା କୌଣସି ବିଦେଶର କଥା ନୁହେଁ, ବରଂ ଭାରତର ସତ୍ୟତା। ଜଣେ ଯୁବତୀ ହିନ୍ଦୁ ସମ୍ପ୍ରଦାୟରେ ନିଜେ ନିଜକୁ ବିବାହ କରିବାକୁ ଯାଉଛନ୍ତି । ଯିଏ ବର ସିଏ କନ୍ୟା । ହିନ୍ଦୁ ରୀତିନୀତିରେ ବିବାହ ହେବ। ଗୁଜରାଟ ବଦୋଦରାର ଜଣେ ଯୁବତୀ ନିଜକୁ ବିବାହ କରିବେ । ଯୁବତୀଙ୍କ ନାଁ କ୍ଷମା ବିନ୍ଦୁ। ଆସନ୍ତା ୧୧ରେ ଏହି ବିବାହ ହେବାକୁ ଯାଉଛି । ସବୁ ରୀତିନୀତିରେ ବିବାହ ହେବ । ଏପରିକି ଯୁବତୀ ଜଣଙ୍କ ହନିମୁନ୍ ଟ୍ରିପ୍ରେ ମଧ୍ୟ ଯିବେ ।
୨୪ ବର୍ଷୀୟା ଯୁବତୀ ଜଣଙ୍କ ଅନେକ ଦିନ ଧରି ଏପରି କଳ୍ପନା କରିଥିଲେ ବୋଲି କହିଛନ୍ତି । ଏହି ବିବାହ ଭାରତରେ ପ୍ରଥମ ବିବାହ । କିନ୍ତୁ ବିଶ୍ୱରେ ନୁହେଁ। ବିଶ୍ୱରେ ଅନେକ ଉଦାହରଣ ରହିଛି। ପ୍ରଥମ ଥର ପାଇଁ ଭାରତରେ ଏପରି ବିବାହ ହେବାକୁ ଯାଉଛି। ନିଜେ ନିଜକୁ ବିବାହ କରିବେ ବୋଲି ଘୋଷଣା କରିବା ପରେ ଚର୍ଚ୍ଚାରେ ଅଛନ୍ତି ଗୁଜରାଟର ଏହି ଯୁବତୀ ଜଣଙ୍କ।




admin 