ସ୍ବାମୀଙ୍କ ଚନ୍ଦାପଣ ପାଇଁ ଥାନାରେ ଏତଲା ଦେଲେ ମହିଳା

ସ୍ବାମୀଙ୍କ ଚନ୍ଦାପଣ ପାଇଁ ଥାନାରେ ଏତଲା ଦେଲେ ମହିଳା

ସ୍ବାମୀଙ୍କ ଚନ୍ଦାପଣ ପାଇଁ ଥାନାରେ ଏତଲା ଦେଲେ ମହିଳା
ମୁମ୍ବାଇ : ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କ ବିରୋଧରେ ଏକ ଅଜବ ମାମଲା ରୁଜୁ କରିଛନ୍ତି । ତାଙ୍କସ୍ବାମୀ ଚନ୍ଦା ଏବଂ ସେ ଓ୍ବିଗ୍‌ ବ୍ୟବହା କରୁଛନ୍ତି । ତାଙ୍କ ସ୍ବାମୀ ଚନ୍ଦା ହେବା କଥା ନ କହି ଲୁଚାଇ ରଖିଥିଲେ । ଏପରି ଏକ ଅଜବ ମାମଲା ମହାରାଷ୍ଟ୍ରର ରାଜଧାନୀ ମୁ୍ମ୍ବାଇରୁ ଆସିଛି । ଏଠାରେ ଜଣେ ମହିଳା ଚନ୍ଦାପଣ ପାଇଁ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ମହିଳାଙ୍କ ବୟସ ୨୭ ବର୍ଷ । ସେ ଜଣେ ଚାଟାର୍ଡ ଆକାଉଣ୍ଟ । ତାଙ୍କ ସ୍ବାମୀଙ୍କ ବୟସ ୨୯ ବର୍ଷ । ସେ ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରନ୍ତି । ନିକଟରେ ତାଙ୍କର ବିବାହ ହୋଇଥିବାବେଳେ ସେ ଚନ୍ଦା ଏବଂ ଓ୍ବିଗ୍‌ ବ୍ୟବହାର କରନ୍ତି ବୋଲି ତାଙ୍କ ସ୍ତ୍ରୀଙ୍କୁ କହିନଥିଲେ । ଏକଥା ଜାଣିବା ପରେ ସ୍ତ୍ରୀଜଣକ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ତାଙ୍କ ସ୍ତ୍ରୀ କହିଛନ୍ତି ଯେ, ସେ ଯଦି ତାଙ୍କସ୍ବାମୀଙ୍କଚନ୍ଦାପଣ ସମ୍ପର୍କରେ ଜାଣିଥାନ୍ତେ ତେବେ କେବେ ବିବାହ କରିନଥା’ନ୍ତେ । ସ୍ବାମୀଙ୍କ ଚନ୍ଦାପଣ କଥା ଶୁଣି ସେ ସକ୍ ହୋଇଯାଇଥିଲେ । ଏହାପରେ ସେ ସ୍ବାମୀଙ୍କ ଅଭିଯୋଗରେ ଧୋକ୍କାଧଡ୍ଡି ଓ ମାନହାନିର ଏତଲା ଦେଇଥିଲେ । ଅପରପକ୍ଷରେ ମହିଳାଙ୍କସ୍ବାମୀ ଜଣକ ଥାନେ କୋର୍ଟରେ ଅଗ୍ରିମ ଜମାନତ ପାଇଁ ଦରଖାସ୍ତ ଦେଇଛନ୍ତି । ତେବେ କୋର୍ଟ ତାଙ୍କୁ ପୋଲିସ୍‌ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।