ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତୁ୍ୟ

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତୁ୍ୟ

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତୁ୍ୟ
ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ ଅଞ୍ଚଳରେ ଶୁକ୍ରବାର ଏକ ବଡ଼ ଅଘଟଣ ଘଟିଛି । ଅକାଳରେ ଝଡ଼ିପଡ଼ିଛି ୨ ଜୀବନ । ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତୁ୍ୟ ହୋଇଛି । ସ୍ୱେରେଜ କାମ ବେଳେ ଏହି ଅଘଟଣ ଘଟିଛି । ପ୍ରକାଶ ଯେ, ଭୁବନେଶ୍ୱର ଟଙ୍କପାଣି ରୋଡ ଅଞ୍ଚଳରେ ଆଜି ସ୍ୱେରେଜ କାମ ଚାଲିଥିଲା । ଏଥିରେ ନିୟୋଜିତ ୨ ଜଣ ଶ୍ରମିକ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ସେମାନେ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।