ହାଇକୋର୍ଟରେ ଦାଖଲ ହେଲା କନ୍ଦୁଲି ମାମଲାର ଏସ୍.ଆଇ.ଟି ରିପୋର୍ଟ

ହାଇକୋର୍ଟରେ ଦାଖଲ ହେଲା କନ୍ଦୁଲି ମାମଲାର ଏସ୍.ଆଇ.ଟି ରିପୋର୍ଟ

ହାଇକୋର୍ଟରେ ଦାଖଲ ହେଲା କନ୍ଦୁଲି ମାମଲାର ଏସ୍.ଆଇ.ଟି ରିପୋର୍ଟ
ଭୁବନେଶ୍ୱର - ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଏସଆଇଟି ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି । ମୁଦା ଲଫାପାରେ ଉକ୍ତ ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରାଯାଇଛି । ତେବେ ଚୂଡ଼ାନ୍ତ ରିପୋର୍ଟ ପାଇଁ ଏସଆଇଟି ଟିମ ଆଉ ସପ୍ତାହେ ସମୟ ମାଗିଥିବାବେଳେ ହାଇକୋର୍ଟ ଡିସେମ୍ବର ୨୩ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲଶ୍ରୀଜୀ ଭାଉସାରଙ୍କ ଠାରୁ ଏହି ସୂଚନା ମିଳିଛି । ସୂଚନାଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୂଷାଗୁଡ଼ାର ଜଣେ ନବମ ଶ୍ରେଣୀର ଛାତ୍ରୀ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ । ସେଠାରୁ ସେ କାମ ସାରି ଫେରୁଥିବା ବେଳେ ଖାନ୍ଦା ଘାଟିର ୪ଜଣ ଯବାନ ତାଙ୍କୁ ଗଣବଳାତ୍କାର କରିଥିଲେ । କୁନ୍ଦୁଲି ପୀଡ଼ିତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା । ତାଙ୍କୁ ଚିକିତ୍ସାପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ନ୍ୟାୟ ନ ପାଇ ସେ ୨୦୧୮ ଜାନୁଆରୀରେ ଓ ଆତ୍ମହତ୍ୟା କରିଥିଲେ । ତେବେ ଏହି ମାମଲାର ତଦନ୍ତ ପାଇଁ ହାଇକୋର୍ଟ ଏସଆଇଟି ଗଠନ କରିଥିଲେ । ୩ଜଣ ରେଞ୍ଜର ଓ ୩ ଜଣ ଡିଆଜିଙ୍କୁ ନେଇ ଏସଆଇଟି ଗଠନ କରାଯାଇଥିଲା ।