ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀ ହୋଟେଲ ଛାଡ଼ିଲେ

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀ ହୋଟେଲ ଛାଡ଼ିଲେ

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀ ହୋଟେଲ ଛାଡ଼ିଲେ
କଟକ: ଗ୍ୟାଙ୍ଗଷ୍ଟର ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀ ହୋଟେଲ ଛାଡ଼ିଛନ୍ତି । ହାଇଦରକୁ ଜଗିଥିବା ଏହି ୬ ପୋଲିସ୍‌କର୍ମଚାରୀ କଟକ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ହୋଟେଲରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ୬ ପୋଲିସ୍‌କର୍ମଚାରୀ ହୋଟେଲ୍‌ଛାଡ଼ି ଥିବା ସୂଚନା ମିଳିଛି । ହାଇଦର ଫେରାର ହେବା ଦିନ ହିଁ ଡ୍ୟୁଟି କରୁଥିବା ମହମ୍ମଦ ମୌସିମ ହୋଟେଲ ବୁକ କରିଥିଲେ। ମାର୍ଚ୍ଚ ୨୩ତାରିଖରେ ମୌସିମ ୨ଟି ରୁମ ବୁକ କରିଥିଲେ। ଏହାର ଦିନକ ପରେ ଗୋଟିଏ ରୁମ ଛାଡ଼ିଥିଲେ ଓ ଗୋଟିଏ ରୁମରେ ରହୁଥିଲେ। ଯାହା ଜଣାପଡ଼ିବା ପରେ ରାତି ଅଧରେ ପୋଲିସ ହୋଟେଲ ଛାଡ଼ିଛନ୍ତି ।