ହାଫପ୍ୟାଂଟରେ ଚେନ୍ନାଇ ପଳାଇଲେ ବାବୁସାନ

ହାଫପ୍ୟାଂଟରେ ଚେନ୍ନାଇ ପଳାଇଲେ ବାବୁସାନ

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ଏବେ ଓଡ଼ିଶାରେ ଜୋରଦାର ଚର୍ଚ୍ଚା  । ହେଲେ ବାବୁସାନ ଏବେ ଚେନ୍ନାଇରେ  । ଚେନ୍ନାଇରେ ପହଁଚି ବାବୁସାନ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି  । 

ପୋଷ୍ଟରେ ତାଙ୍କୁ ହାଫପ୍ୟାଂଟ ପିନ୍ଧିଥିବା ଦେଖିବାକୁ ମିଳିଛି  । ଯେଉଁଥିରେ ସେ ଲେଖିଛନ୍ତି, ଉତ୍କଳ ଆସୋସିଏସନ ଅଫ ମାଡ୍ରାସର ସମସ୍ତ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ । ଓଡ଼ିଆ ଭାଇ ଭଉଣୀଙ୍କ ସହ ଚେନ୍ନାଇରେ ଉତ୍କଳ ଦିବସ ପାଳନ କରିବେ  । ଆସନ୍ତାକାଲି ସେ ନିଜର  ଆଗାମୀ ସିନେମା ସମ୍ପର୍କରେ ଘୋଷଣା କରିବେ ବୋଲି ବାବୁସାନ କହିଛନ୍ତି  ।

ବାବୁସାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ଅଷ୍ଟମ ଶ୍ରେଣୀରୁ ଭଲ ପାଉଥିଲେ । ଦୀର୍ଘଦିନର ଭଲ ପାଇବା ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ  । ଅପରାଜିତା ଓ ଉତମ ମହାନ୍ତିଙ୍କ ପୁଅ ହିରୋ ହେବାପରେ ବି ବାବୁସାନଙ୍କର ଭଲ ପାଇବା କମିନଥିଲା  । କିନ୍ତୁ ଏବେ ଥାଡର଼୍ ପର୍ସନ ପାଇଁ ତାଙ୍କର ସଂସାର ଭାଙ୍ଗିଗଲା । ଏକଥା କହିଛନ୍ତି ତୃପ୍ତିଙ୍କ ମାଆ  । 

ବାବୁସାନଙ୍କୁ ବ୍ଲାକମେଲ କରୁଛନ୍ତି ପ୍ରକୃତି ମିଶ୍ର  । ପ୍ରକୃତିଙ୍କୁ ଛାଡ଼ିଦେବାକୁ ବାବୁସାନଙ୍କୁ ମୁଁ ବାରମ୍ବାର କହିଛି  । କିନ୍ତୁ ପ୍ରକୃତି ତାଙ୍କୁ ବ୍ଲାକମେଲ କରୁଥିବାରୁ ସେ ଛାଡ଼ିପାରୁନଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି କହିଛନ୍ତି ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥି ।

ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କର ଗୁମର ଖୋଲିଛନ୍ତି ତୃପ୍ତି ଶତପଥି । ସେ କହିଛନ୍ତିଯେ, ସେ ବାବୁସାନ ଓ ପ୍ରକୃତିଙ୍କୁ ୪ ଥର ଧରିଛନ୍ତି । ଏନେଇ ସେ ଶାଶୁ ଅପରାଜିତା ମହାନ୍ତିଙ୍କୁ ବି ଜଣାଇଥିଲେ  । ଶାଶୁ ଏକଥା ଜାଣିବା ପରେ ବାବୁସାନଙ୍କୁ ବି ଗାଳି କରିଥିଲେ  । ମନ୍ମଥ ମିଶ୍ରଙ୍କୁ ମଧ୍ୟ ଗାଳି କରିଥିଲେ ବୋଲି ତୃପ୍ତି କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି  । ଶାଶୁଙ୍କ ଦେହ ଏବେ ଭଲ ନାହିଁ ବୋଲି ତୃପ୍ତି କହିଛନ୍ତି । ବାପାମା’ ହିସାବରେ ଶାଶୁ ଶ୍ୱଶୁର ଏବେ ଅସହାୟ ହୋଇପଡ଼ିଛନ୍ତି । ସେ କିଛି କରିପାରୁନାହାନ୍ତି ବୋଲି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି  ।