ହୀରାକୁଦରେ ୧୨ଟି ଗେଟ୍‌ ଖୋଲା, ଖୋଲିପାରେ ଆହୁରି ଅଧିକ ଗେଟ୍

ହୀରାକୁଦରେ ୧୨ଟି ଗେଟ୍‌ ଖୋଲା, ଖୋଲିପାରେ ଆହୁରି ଅଧିକ ଗେଟ୍

ହୀରାକୁଦରେ ୧୨ଟି ଗେଟ୍‌ ଖୋଲା, ଖୋଲିପାରେ ଆହୁରି ଅଧିକ ଗେଟ୍

ସମ୍ବଲପୁର: ହରାକୁଦ ଡ୍ୟାମରେ ଗତ ୧୦ ଘଣ୍ଟା ମଧ୍ୟରେ ୧୨ଟି ଗେଟ୍‌ ଖୋଲାଯାଇଛି। ଏନେଇ ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ହୀରାକୁଦରେ ୬ଟି ଗେଟ ଖୋଲା ଯାଇଥିଲା ଓ ଆଜି ଦିନ ୧୦ଟାରେ ହୀରାକୁଦର ଆଉ ୬ଟି ଗେଟ୍ ଖୋଲାଯାଇଛି। ଡ୍ୟାମର ଜପପତନ ନିୟନ୍ତ୍ରଣ କରିବାକୁ ଆଉ ୬ଟି ଗେଟ ଖୋଲାଯାଇଛି । ଗତକାଲି ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଡ୍ୟାମର ଜଳପତନ ବୃଦ୍ଧି ପାଇଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ହୀରାକୁଦର ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ଓ ଜଳ ପତନକୁ ଦୃଷ୍ଟିରେ  ରଖି ଆଜି ଆଉ ୮ଟି ଗେଟ ଅର୍ଥାତ ମୋଟ ୨୦ଟି ଗେଟ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମର ଜଲଧାରଣା କ୍ଷମତା ୬୩୦ ଫୁଟ ରହିଛି ଓ ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୧୦ଫୁଟ ରହିଥିବା ସୂଚନା ମିଳିଛି ।