ୟୁଜି ଓ ପିଜି ପରୀକ୍ଷା ବିଜ୍ଞପ୍ତିରେ ସଂଶୋଧନ
ୟୁଜି ଓ ପିଜି ପରୀକ୍ଷା ବିଜ୍ଞପ୍ତିରେ ସଂଶୋଧନ
ଭୁବନେଶ୍ୱର: ୟୁଜି ଓ ପିଜି ଶେଷବର୍ଷ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚଳିତବର୍ଷ ମହାବିଦ୍ୟାଳୟ ଅଧ୍ୟାପକମାନେ ମେଣ୍ଟର ଭାବେ ଦାୟିତ୍ୱରେ ରହିବେ । ଛାତ୍ରଛାତ୍ରୀଙ୍କ ସହିତ ସେମାନେ ନିୟମିତ ଟେଲିଫୋନରେ ଯୋଗାଯୋଗ କରିବେ । ନିଜ ଗ୍ରୁପର ଛାତ୍ରଛାତ୍ରୀଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ଅବଗତ ହୋଇ ସେମାନେ କିପରି ସୁବିଧାରେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେଇପାରିବେ, ସେନେଇ ଆବଶ୍ୟକ ପଦକ୍ଷେପ ନେବେ । ମେଣ୍ଟର ଅଧ୍ୟାପକ କେଉଁ ସବୁ ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ, ତାହାର ତାଲିକା, ଟେଲିଫୋନ ନମ୍ବର ଆଦି ପ୍ରସ୍ତୁତ କରି କଲେଜ ୱେବସାଇଟରେ ଜୁନ ୩୦ସୁଦ୍ଧା ଛାଡ଼ିବାକୁ ଗତକାଲି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ପ୍ରକାଶ କରିଥିବା ଗାଇଡଲାଇନରେ ଉଲ୍ଲେଖ କରିଥିଲେ । ତେବେ ୨୪ଘଣ୍ଟା ବିତିଛି କି ନାହିଁ, ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ମେଣ୍ଟର କିମ୍ବା ଛାତ୍ରଛାତ୍ରୀଙ୍କ ମୋବାଇଲ୍ ନମ୍ବର ୱେବସାଇଟରେ ଅପଲୋଡ ନ କରିବାକୁ ସଚିବ ଶ୍ରୀ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ।




admin 