ୟୁପିରେ ଧର୍ମାନ୍ତରୀକରଣ ସମ୍ପୃକ୍ତି ନେଇ ୨ ଜଣ ମୌଲାନାଙ୍କୁ ଗିରଫ

ୟୁପିରେ ଧର୍ମାନ୍ତରୀକରଣ ସମ୍ପୃକ୍ତି ନେଇ ୨ ଜଣ ମୌଲାନାଙ୍କୁ ଗିରଫ

ୟୁପିରେ ଧର୍ମାନ୍ତରୀକରଣ ସମ୍ପୃକ୍ତି ନେଇ ୨ ଜଣ ମୌଲାନାଙ୍କୁ ଗିରଫ
ଲକ୍ଷ୍ନୌ: ୟୁପି ଏଟିଏସ ରାଜ୍ୟରେ ଧର୍ମାନ୍ତରୀକରଣରେ ସମ୍ପୃକ୍ତି ନେଇ ୨ ଜଣ ମୌଲାନାଙ୍କୁ ଗିରଫ କରିଛି । ସେମାନେ ହେଲେ ଉମର ଗୌତମ ଓ ମୁଫତି କାଜି ଜାହାଙ୍ଗୀର । ସେମାନଙ୍କୁ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରୁ ଗିରଫ କରାଯାଇଛି । ଏମାନେ ଗରିବ ପରିବାର, ବେରୋଜଗାର, ଯୁବକ ପିଲା, ମହିଳା ଓ ଭିନ୍ନକ୍ଷମ ଲୋକ ବିଶେଷ କରି ଯେଉଁମାନେ କଥା କହିପାରୁନଥିଲେ କିମ୍ବା ଶୁଣିପାରୁନଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲେ । ପରେ ସେମାନଙ୍କ ବିଭିନ୍ନ ଲୋଭ ଦେଖାଇ ଧର୍ମାନ୍ତରୀକରଣ କରାଉଥିଲା । ଏ ସମ୍ପର୍କରେ ୟୁପିର ଆଇନଶୃଙ୍ଖଳା ବିଭାଗର ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଗିରଫ ହୋଇଥିବା ୨ ମୌଲାନା ଧର୍ମାନ୍ତରୀକରଣ ର୍ୟାକେଟ ଚଳାଇଥିଲେ । ଏଥିପାଇଁ ସେମାନେ ପାକର ଗୁଇନ୍ଦା ସଂସ୍ଥା ଆଇଏସଆଇଠାରୁ ଟଙ୍କା ଆଣୁଥିବା ସନେ୍ଦହ କରାଯାଉଛି । ଜେରା ସମୟରେ ସେମାନେ ପ୍ରତିବର୍ଷ ପ୍ରାୟ ୨୫୦-୩୦୦ ଲୋକଙ୍କ ଧର୍ମାନ୍ତରୀକରଣ କରାଇଥିବା ସ୍ୱୀକାର କରିଛନ୍ତି ।