୧୪ରେ ସବୁ ଏସପି ଅଫିସ ଘେରିବ କଂଗ୍ରେସ, ଲାଠିମାଡ଼ ପ୍ରତିବାଦରେ ଆନ୍ଦୋଳନ

୧୪ରେ ସବୁ ଏସପି ଅଫିସ ଘେରିବ କଂଗ୍ରେସ, ଲାଠିମାଡ଼ ପ୍ରତିବାଦରେ ଆନ୍ଦୋଳନ

୧୪ରେ ସବୁ ଏସପି ଅଫିସ ଘେରିବ କଂଗ୍ରେସ, ଲାଠିମାଡ଼ ପ୍ରତିବାଦରେ ଆନ୍ଦୋଳନ

ଭୁବତେଜିବ ନେଶ୍ୱର:ପୁଲିସର ବର୍ବର ଲାଠିମାଡ଼ ଓ କଂଗ୍ରେସ ଭବନରେ ପଶି କର୍ମୀଙ୍କୁ ଅନ୍ଧାଧୁନ ଲାଠି ପ୍ରହାର ଘଟଣାରେ ତାତିଛି କଂଗ୍ରେସ। ଦଳ ନିଷ୍ପତ୍ତି ନେଇଛି ଏହାର ପ୍ରତିବାଦ କରିବ ସାରା ରାଜ୍ୟରେ। ଆସନ୍ତା ୧୪ ତାରିଖରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସମସ୍ତ ଜିଲ୍ଲାର ଏସପି ଅଫିସ ଆଗରେ ସକାଳ ୯ଟାରୁ ଦିନ ୧ଟା ପର୍ୟ୍ୟନ୍ତ ଏହି ବିକ୍ଷୋଭ ଅନୁଷ୍ଠିତ ହେବ। ପିସିସି ଗଣମାଧ୍ୟମ କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ସୂଚନା ଦେଇଛନ୍ତି।

ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆନ୍ଦୋଳନରତ ଛାତ୍ରମାନଙ୍କ ଉପରେ ପୁଲିସର ବର୍ବର ଆକ୍ରମଣ ଓ କଂଗ୍ରେସ ଭବନରେ ଅନୁପ୍ରବେଶ ଘଟଣାରେ କଂଗ୍ରେସ ଚୁପ ବସିବ ନାହିଁ।

ପିସିସି ଗଣମାଧ୍ୟମ କମିଟି ଅଧ୍ୟକ୍ଷ ଗଣେଶ୍ୱର କହିଛନ୍ତି, ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପୁଲିସର ବର୍ବର ଆକ୍ରମଣ ଓ କଂଗ୍ରେସ ଭବନ ଭିତରେ ବେଆଇନ ଭାବେ ପୁଲିସ ପଶି ଛାତ୍ରମାନଙ୍କୁ ମାରପିଟ୍ କରିବା ଘଟଣାକୁ ଦଳ କଡ଼ା ଭାଷାରେ ନିନ୍ଦା କରୁଛି। ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୪ତାରିଖରେ ଦଳ ପକ୍ଷରୁ ସମସ୍ତ ଜିଲ୍ଲା ଏସପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଏହି କାର୍ୟ୍ୟକ୍ରମରେ ସାମିଲ ହେବାକୁ ପରାମର୍ଶ ଦିଆଯାଇଛି। ଏହି କାର୍ୟ୍ୟକ୍ରମରେ ଦଳର ସବୁ ଛାମୁଆ ସଙ୍ଘଠନ କର୍ମକର୍ତ୍ତା ଓ କର୍ମୀ ସାମିଲ ହେବେ।