୧୫ ଦିନ ଭୟଙ୍କର ଯୁଦ୍ଧ ଲଢିବା ପାଇଁ ସକ୍ଷମ ଭାରତୀୟ ଯବାନ

୧୫ ଦିନ ଭୟଙ୍କର ଯୁଦ୍ଧ ଲଢିବା ପାଇଁ ସକ୍ଷମ ଭାରତୀୟ ଯବାନ

୧୫ ଦିନ ଭୟଙ୍କର ଯୁଦ୍ଧ ଲଢିବା ପାଇଁ ସକ୍ଷମ ଭାରତୀୟ ଯବାନ
ନୂଆଦିଲ୍ଲୀ: ସମ୍ପ୍ରତି ଭାରତୀୟ ସେନାବାହିନୀ ପାଖରେ ୧୦ ଦିନ ଅତିଶୟ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରହିଥିବା ବେଳେ ସମ୍ଭାବ୍ୟ ୧୫ ଦିନିଆ ଦ୍ୱିପାକ୍ଷିକ ଭୀଷଣ ଯୁଦ୍ଧ ପାଇଁ ଆବଶ୍ୟକ ଗୁଳିଗୋଳା ଓ ଯୁଦ୍ଧାସ୍ତ୍ର ଠୁଳ କରିବା ପାଇଁ କୁହାଯାଇଛି ବୋଲି ଜଣେ ବରିଷ୍ଠ ସେନାଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ପ୍ରତି ବାହିନୀର ଆର୍ଥିକ କ୍ଷମତାକୁ ମଧ୍ୟ ୫୦୦ କୋଟି ଯାଏ ବୃଦ୍ଧି କରାଯାଇଥିବା ସେ କହିଛନ୍ତି । ଏଥି ସହିତ ପ୍ରତି ବାହିନୀ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ନିଜର ଆଶୁ ଆବଶ୍ୟକତା ପୂରଣ କରିବା ପାଇଁ ଅତିରିକ୍ତ ୩୦୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି । ଏହା ଦ୍ୱାରା ଶତ୍ରୁପକ୍ଷର କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ମିଳିତ ସେନାର ଆକ୍ରମଣ ଶାଣିତ ହେବା ସହ ତାହା ପୂର୍ବାପେକ୍ଷା ଅଧିକ ଦିନ ଧରି ତିଷ୍ଠିପାରିବ ବୋଲି ଆଶା କରାଯାଉଛି । ବହୁ ପୂର୍ବରୁ ସ୍ଥଳସେନାକୁ ୪୦ ଦିନ ପାଇଁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଥିଲା ।