୧୮୭୬ ନୂତନ ମାମଲା ସହିତ ରାଜ୍ୟରେ ୫୦ ହଜାର ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା
୧୮୭୬ ନୂତନ ମାମଲା ସହିତ ରାଜ୍ୟରେ ୫୦ ହଜାର ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା
admin
Aug 12, 2020 - 05:42
Updated: Aug 12, 2020 - 05:42
ଭୁବନେଶ୍ୱର : ବୁଧବାର ରାଜ୍ୟରେ ୧୮୭୬ ନୁୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ୧୮୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ଜଣ କ୍ୱାରେଣ୍ଟିନ୍ରୁ ଏବଂ ୬୯୪ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଅନୁଗୁଳ ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮୧, ବରଗଡରୁ ୧୫, ଭଦ୍ରକରୁ ୫୦, ବଲାଙ୍ଗୀରରୁ ୩୧, ବୌଦ୍ଧରୁ ୧୦, କଟକରୁ ୧୦୯, ଦେବଗଡରୁ ୨, ଢେଙ୍କାନାଳରୁ ୩୬, ଗଜପତିରୁ ୭୧, ଗଞ୍ଜାମରୁ ୨୬୦, ଜଗତସିଂହପୁରରୁ ୨୬, ଯାଜପୁରରୁ ୫୩, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୦, କେନ୍ଦ୍ରାପଡାରୁ ୫୮, କେନ୍ଦୁଝରରୁ ୨୧, ଖୋର୍ଦ୍ଧାରୁ ୨୯୭, କୋରାପୁଟରୁ ୭୭, ମାଲକାନପନଗିରିରୁ ୨୪, ମୟୁରଭଞ୍ଜରୁ ୭୦, ନବରଙ୍ଗପୁରରୁ ୩୦, ନୟାଗଡରୁ ୧୦୫, ନୂଆପଡାରୁ ୩, ପୁରୀରୁ ୮୦, ରାୟଗଡାରୁ ୯୮, ସମ୍ବଲପୁରରୁ ୩୬, ସୋନପୁରରୁ ୨୨ଏବଂ ସୁନ୍ଦରଗଡରୁ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୬୭୨ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ ୩୪୮୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୦୯ ରହିଛି ।