୨ କେଜିରୁ ଉର୍ଦ୍ଧ୍ୱ ଧଳାଜହର ଜବତ
୨ କେଜିରୁ ଉର୍ଦ୍ଧ୍ୱ ଧଳାଜହର ଜବତ
ବାଲେଶ୍ୱର:ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ଜବତ୍ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗାର । ବସ୍ତା ଅଞ୍ଚଳରେ ଧଳାଜହର କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ର ଏମ ସ୍ୱତନ୍ତ୍ର ଟିମ୍ ଚଢାଉ କରି ଏହି ବିପୁଳ ପରିମାଣର ଧଳାଜହର ଜବତ୍ କରିବା ସହିତ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଜବତ୍ କରାଯାଇଥିବା ବାଉନସୁଗାର ର ଓଜନ ପ୍ରାୟ ୨ କେଜିରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣା ପଡିଛି । ତେବେ ଏହି ମାମଲାରେ ପୋଲିସ୍ ଗିରଫ କରିଥିବା ବ୍ରାଉନସୁଗାର ବେପାରୀ ପଚରାଉଚରା କରି ଏହି ଲିଙ୍କର ମୂଳ ପର୍ୟ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ବେଳେ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ବୋଲି ବସ୍ତା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ନିଶା କାରବାର ତଥା ବ୍ରାଉନସୁଗାର କାରବାରର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲ୍ଲା । ବାଲେଶ୍ୱର ଜିଲ୍ଲା ଦେଇ ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ପ୍ରାୟ ସମୟରେ ଚୋରା ଚାଲାଣ ହେଉଛି ନିଶା ଦ୍ରବ୍ୟ ।




admin 