୨ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୫ ଜଣ
gangrape
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଲାଞ୍ଜିଗଡ଼ ଥାନା ଅଞ୍ଚଳର ୩ ଜଣ ନାବାଳିକା ଗତକାଲି ବିଳମ୍ବିତ ରାତିରେ ନାଟକ ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ।
ପରେ ୨ ଜଣ ନାବାଳିକାଙ୍କୁ ୫ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲା ବେଳେ ଜଣେ ନାବାଳିକା ସେଠାରୁ ଖସି ପଳାଇଯାଇଥିଲେ। ଦୁଇ ଜଣ ନାବାଳିକାଙ୍କୁ ଯୁବକମାନେ ଗଣଦୁଷ୍କର୍ମ କରିବା ପରେ ସେଠାରୁ ଚମ୍ପଟ ମାରିଥିଲେ।
୨ ନାବାଳିକା ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଆଜି ସକାଳେ ଉଭୟ ନାବାଳିକାଙ୍କ ପରିବାର ଲୋକେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଜେପୁର ପୁଲିସ ଦୁଇ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।




admin 