୨୦ ଘଣ୍ଟିଆ କର୍ଫ୍ୟୁ ଘୋଷଣା କଲେ ସରପଞ୍ଚ

୨୦ ଘଣ୍ଟିଆ କର୍ଫ୍ୟୁ ଘୋଷଣା କଲେ ସରପଞ୍ଚ

୨୦ ଘଣ୍ଟିଆ କର୍ଫ୍ୟୁ ଘୋଷଣା କଲେ ସରପଞ୍ଚ
ବୁଗୁଡ଼ା: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଜିଲ୍ଲାପାଳ କ୍ଷମତା ପ୍ରଯୋଗ କରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧୀନ ମାଣିତରା ସରପଞ୍ଚ ପଞ୍ଚାୟତର ସମସ୍ତ ଗ୍ରାମରେ ସଟଡାଉନ ଲାଗୁ କରିଛନ୍ତି । ମେ’୮ ରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ପୂର୍ବାହ୍ନ ୧୧ ଠାରୁ ପରଦିନ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ (୨୦ ଘଣ୍ଟିଆ) ସଟଡାଉନ ଘୋଷଣା କରାଯାଇଛି । କରୋନା ମୁକାବିଲା ପାଇଁ ଓଡ଼ିଶାର ପ୍ରଥମ ପଞ୍ଚାୟତ ଭାବେ ମାଣିତରା ପଞ୍ଚାୟତର ସରପଞ୍ଚ ଏହି କ୍ଷମତା ପ୍ରୟୋଗ କରିଥିବା କୁହାଯାଇଛି । ସଟଡାଉନ ସମୟରେ ସକାଳ ୭ ରୁ ୧୧ ଟା ଯାଏ କେବଳ ତେଜରାତି ଓ ପନିପରିବା ଦୋକାନ ଖୋଲା ରହିବ । ଔଷଧ ଦୋକାନ ଦିନରାତି ଖୋଲା ରହିପାରିବ । ସୁରତ ଫେରନ୍ତାଙ୍କ ଯୋଗୁଁ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ସଟଡାଉନ ଘୋଷଣା କରାଯିବା ସହ ଏଥିରେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିବା ସରପଞ୍ଚ ଶାନ୍ତିଲତା ନାୟକଙ୍କ ପ୍ରତିନିଧି ବବୁଲ ନାୟକ କହିଛନ୍ତି ।