୨୦୧୯ ରେ ଭାରତରେ ସବୁଠୁ ଅଧିକ ବାୟୁ ପ୍ରଦୂଷଣ

୨୦୧୯ ରେ ଭାରତରେ ସବୁଠୁ ଅଧିକ ବାୟୁ ପ୍ରଦୂଷଣ

୨୦୧୯ ରେ ଭାରତରେ ସବୁଠୁ ଅଧିକ ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି । ସମଗ୍ର ବିଶ୍ୱରେ ଭାରତ ବାୟୁ ପ୍ରଦୂଷଣ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ । ଗତବର୍ଷ ଭାରତରେ ସର୍ବାଧିକ ବାୟୁ ପ୍ରଦୂଷଣ ହୋଇଛି । ୨୦୧୯ ରେ ଭାରତରେ ବାର୍ଷିକ ହାରାହାରି ପିଏମ ଯଥେଷ୍ଟ ବୃଦ୍ଧି ପାଇଛି । ‘ଷ୍ଟେଟ ଅଫ ଗ୍ଲୋବାଲ ଏୟାର (ସୋଗୋ) ୨୦୨୦ର ରିପୋର୍ଟ ଅନୁଯାୟୀ ଗତବର୍ଷ ଭାରତରେ ବାର୍ଷିକ ହାରାହାରି ପିଏମ ସର୍ବାଧିକ ୨.୫ ରେକର୍ଡ କରାଯାଇଛି । ଭାରତ ପଛକୁ ନେପାଳ, କତାର ଏବଂ ନାଇଜେରିଆରେ ମଧ୍ୟ ପିଏମ ଅଧିକ ରହିଥିଲା । ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୯ରେ ସମଗ୍ର ବିଶ୍ୱରେ ୬.୭ ନିୟୁତ ଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ ଭାରତରେ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ମୃତୁ୍ୟ ହୋଇଛି । ରିପୋର୍ଟ ଅନୁଯାୟୀ ୨୦୧୦ ପରଠାରୁ ଭାରତରେ ପିଏମ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି ।