୨୦୨୧-୨୨ ଆର୍ଥିକ ବର୍ଷର ବଜେଟ : କାଳିଆ ପାଇଁ ୧୮୦୦ କୋଟି ବ୍ୟୟବରାଦ
୨୦୨୧-୨୨ ଆର୍ଥିକ ବର୍ଷର ବଜେଟ : କାଳିଆ ପାଇଁ ୧୮୦୦ କୋଟି ବ୍ୟୟବରାଦ
admin
Feb 22, 2021 - 11:51
Updated: Feb 22, 2021 - 11:51
ଭୁବନେଶ୍ୱର : ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ । କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଆଗତ କରିଛନ୍ତି । ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି । ନାଭା ଆପ ଜରିଆରେ ଚଳିତ ଥର ପେପରଲେସ ବଜେଟ ଆଗତ ହୋଇଛି । ଓଡ଼ିଶା ବଜେଟ ପାଇଁ ମୋବାଇଲ ଆପ ପ୍ରସ୍ତୁତ ହୋଇଛି । ତେବେ ଚଳିତ ବଜେଟରେ କାଳିଆ ଯୋଜନା ପାଇଁ ମୋଟ ୧୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାଛଡ଼ା ଚଳିତ ବଜେଟରେ କେଉଁ କ୍ଷେତ୍ର ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି ସେ ସମ୍ପର୍କରେ ଜାଣନ୍ତୁ:
ପ୍ରଶାସନିକ ବ୍ୟୟ ବରାଦ ପାଇଁ ୮୫ ହଜାର କୋଟି
ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ବ୍ୟୟବରାଦ ୭୫ ହଜାର କୋଟି
ବିପର୍ଯ୍ୟୟ ପ୍ରଶମନ ପାଇଁ ବ୍ୟୟବରାଦ ୩ହଜାର ୫୦ କୋଟି
ସ୍ଥାନୀୟ ନିକାୟ ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯୫୦ କୋଟି
କାଳିଆ ଯୋଜନା ପାଇଁ ୧୮୦୦ କୋଟି
ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି
ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ
କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ
ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ
ବନ୍ୟାନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ
ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦କୋଟି
ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ବ୍ୟୟବରାଦ
ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ
ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦ କୋଟି
ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି
ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି
ପଶୁଙ୍କୁ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲ୍ପ ଲାଇନ ସେବା
ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ
କୃଷି ବଜେଟ ପାଇଁ ମୋଟ ୧୭,୪୬୮ କୋଟି ବ୍ୟୟବରାଦ
ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ
ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା
୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟଇ ବ୍ୟୟବରାଦ