୨୧ ତାରିଖ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

୨୧ ତାରିଖ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

୨୧ ତାରିଖ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ ତାରିଖ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଇସ୍ପାତ ସହରରେ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସେକ୍ଟର-୧୩ ବିମାନ ଘାଟି ଠାରୁ ଆରମ୍ଭ କରି ସେକ୍ଟର-୧୯ ରାଉରକେଲା ହାଉସ ପର୍ୟ୍ୟନ୍ତ ରାସ୍ତା ମରାମତି କରାଯିବା ସହ ବିଭିନ୍ନ ଛକଗୁଡ଼ିକର ସୌନ୍ଦର୍ୟ୍ୟୀକରଣ ପାଇଁ ସୌନ୍ଦର୍ୟ୍ୟୀକରଣ କରାଯାଉଛି । ସେହିପରି ରାଷ୍ଟ୍ରପତି ଏନ୍‌ଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହା ପରେ ଇସ୍ପାତ ଜେନେରାଲ ହସ୍ପିଟାଲ ପରିସରରେ ନିର୍ମିତ ସୁପର ସ୍ପେଶାଲିଟି ହସ୍ପିଟାଲକୁ ରାଷ୍ଟ୍ରପତି ଲୋକାର୍ପିତ କରିବେ ଏନ୍ଆଇଟି ଯିବା ରାସ୍ତା ଓ ଏନ୍‌ଆଇଟି ପରିସରକୁ ଚକାଚକ୍‌ କରାଯାଉଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବାର କାର୍ୟ୍ୟକ୍ରମ ରହିଛି ।