୨୪ ଘଂଟାରେ ୨୯୧ ଆକ୍ରାନ୍ତଙ୍କ ମୃତୁ୍ୟ
୨୪ ଘଂଟାରେ ୨୯୧ ଆକ୍ରାନ୍ତଙ୍କ ମୃତୁ୍ୟ
admin
Mar 27, 2021 - 04:26
Updated: Mar 27, 2021 - 04:26
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ଏବେ କରୋନା ଯୋଗୁଁ ଦେଶକୁ ଏପରି ଅନୁଭୂତ ହେଲାଣୀ ଯେ କରୋନାର ଦ୍ୱିତୀୟ ଲହରୀ ଯେପରି ମାଡି ଆସୁଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆମ ଦେଶରେ ଅନେକ ସହରରେ ନାଇଟକର୍ଫୁ ଲାଗିଲାଣି । ଆଜି ଆମ ଦେଶରେ ଗୋଟିଏ ଦିନରେ ୬୨,୨୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୨୯୧ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୬୧ ହଜାର ୨୪୦ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ରେ ପହଂଚିଛି । ଦେଶରେ ୪ ଲକ୍ଷ ୫୨ ହଜାର ୬୪୭ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୧ କୋଟି ୧୨ ଲକ୍ଷ ୯୫ ହଜାର ୦୨୩ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୫ କୋଟି ୮୧ ଲକ୍ଷ ୯ ହଜାର ୭୭୩ ଜଣ କରୋନା ଟିକା ନେଇ ସାରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି