୨୪ ଘଣ୍ଟା ରାଜ୍ୟରେ ୮୪ ନୂଆ ଆକ୍ରାନ୍ତ ଚିହ୍ନଟ
୨୪ ଘଣ୍ଟା ରାଜ୍ୟରେ ୮୪ ନୂଆ ଆକ୍ରାନ୍ତ ଚିହ୍ନଟ
admin
Mar 18, 2021 - 06:38
Updated: Mar 18, 2021 - 06:38
ଭୁବନେଶ୍ବର : ୨୪ ଘଣ୍ଟା ରାଜ୍ୟରେ ୧୭ ଟି ଜିଲ୍ଲାରୁ ୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩୫ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।
ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୨୫ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ, ବରଗଡ଼ରୁ ୯ ଜଣ, ଯାଜପୁର ଓ ରାୟଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ, ଅନୁଗୁଳ, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବାଲେଶ୍ବର, ଭଦ୍ରକ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ, ଏବଂ ଷ୍ଟେଟ୍ ପୋଲ୍ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୮୯ଜଣକୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୮ ହଜାର ୪୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୬୧ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୫ ହଜାର ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।