୨୪ ଘଣ୍ଟାରେ ୭୧୯ ସଂକ୍ରମିତ ଚିହ୍ନଟ, ୫୩ ମୃତ

୨୪ ଘଣ୍ଟାରେ ୭୧୯ ସଂକ୍ରମିତ ଚିହ୍ନଟ, ୫୩ ମୃତ

୨୪ ଘଣ୍ଟାରେ ୭୧୯ ସଂକ୍ରମିତ ଚିହ୍ନଟ, ୫୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ  ୨୪ ଘଣ୍ଟା ମଧ୍ୟରେ ୭୧୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୫ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସ୍କ ଶିଶୁ ଓ କିଶୋର ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ୫୩ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି।  ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬ଜଣ  ରହିଥିବା ବେଳେ କେନ୍ଦୁଝର ଓ ଜଗସିଂହପୁରରୁ ୬ଜଣ ଲେଖାଏଁ, କଟକ ଓ ପୁରୀରୁ ୫ଜଣ ଲେଖାଏଁ, ଯାଜପୁରରୁ ୪ଜଣ, ଭୁବନେଶ୍ବରରୁ ୩ଜଣ, କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏଁ, ନୟାଗଡ଼, ନବରଙ୍ଗପୁର, ବଲାଙ୍ଗୀର, ଅନୁଗୁଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଝାରସୁଗୁଡ଼ାରୁ ଜଣେ ୮ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶିଶୁଟି ଗମ୍ଭୀର ରୋଗରେ ପୀଡ଼ିତ ଥିବା କୁହାଯାଇଛି।

ଚିହ୍ନଟ ୭୧୯ ସଂକ୍ରମିତଙ୍କ ମଧ୍ୟରୁ ୪୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୨୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ୍ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୧୦, ୦୮, ୪୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୯୩, ୨୩୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭, ୧୫୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।