୨୫ ଗରିବ ରାଷ୍ଟ୍ରଙ୍କୁ ଆଇଏମଏଫର ସହାୟତା

୨୫ ଗରିବ ରାଷ୍ଟ୍ରଙ୍କୁ ଆଇଏମଏଫର ସହାୟତା

୨୫ ଗରିବ ରାଷ୍ଟ୍ରଙ୍କୁ ଆଇଏମଏଫର ସହାୟତା
ମୁମ୍ବାଇ: କରୋନା ମୁକାବିଲା କ୍ଷେତ୍ରରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ୨୫ ଅତି ଦରିଦ୍ର ରାଷ୍ଟ୍ରକୁ ତତ୍କାଳ ଋଣ ସହାୟତା ଯୋଗାଇ ଦେବ । ୬ ମାସ ଯାଏ ଏହି ରାଷ୍ଟ୍ର ଗୁଡ଼ିକୁ ତତ୍କାଳ ନିଃଶୁଳ୍କ ଋଣ ଯୋଗାଇ ଦିଆଯିବ । ଆଇଏମଏଫ ମୁଖ୍ୟ କ୍ରିଷ୍ଟଲିନା ଜର୍ଜିଭା ଏହି ଘୋଷଣା କରିଛନ୍ତି । ଜର୍ଜିଭା କହିଛନ୍ତି ଯେ, ସବୁଠାରୁ ଗରିବ ଏବଂ ଦୁର୍ବଳ ରାଷ୍ଟ୍ରଗୁଡିକୁ ଆସନ୍ତା ୬ ମାସ ପାଇଁ ତତ୍କାଳ ଋଣ ଦିଆଯିବ । ଆପାତ ଚିକିତ୍ସା ଏବଂ ଅନ୍ୟ କ୍ଷେତ୍ରରେ ସେମାନେ ଏହି ଋଣ ଉପଯୋଗ କରିପାରିବେ । ପ୍ରଥମ ଥର ପାଇଁ ଆଇଏମଏଫ ଗରିବ ରାଷ୍ଟ୍ରଗୁଡ଼ିକୁ ଏଭଳି ଋଣ ସହାୟତା ନେଇନାହିଁ । ଏହା ପୂର୍ବରୁ ୨୦୧୫ରେ ପଶ୍ଚିମ ଆଫ୍ରିକାରେ ଦେଖାଦେଇଥିବା ଇବୋଲା ମହାମାରୀ ସମୟରେ ଏଭଳି ଭାବେ ଆଇଏମଏଫ ସହଯୋଗ କରିଥିଲା । ତେବେ ସମ୍ପ୍ରତି ଯେଉଁ ୨୫ ଗରିବ ରାଷ୍ଟ୍ରଙ୍କୁ ସହାୟତା ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ନିଷ୍ପତ୍ତି ନେଇଛି ସେଗୁଡ଼ିକ ମଧ୍ୟରେ ଆଫ୍ରିକାର ପ୍ରାୟ ସମସ୍ତ ଦେଶ ସହିତ ଆଫଗାନିସ୍ତାନ, ୟେମେନ, ନେପାଳ ଆଦି ସାମିଲ ଅଛନ୍ତି । ବିଶ୍ୱ ବ୍ୟାଙ୍କ ସହ ମିଶି ଆଇଏମଏଫ ଧନୀ ଦେଶଗୁଡ଼ିକଠାରୁ ଆରମ୍ଭ କରି ଗରିବ ଦେଶଗୁଡ଼ିକ ପାଇଁ ୨୦୨୦ ମେ’ ୧ ରୁ ୨୦୨୧ ଜୁନ ପର୍ଯ୍ୟନ୍ତ ଋଣ ପରିଶୋଧକୁ ସ୍ଥଗିତ ରଖିବାକୁ କହିଛି । ସମ୍ପ୍ରତି ଏହି ଫଣ୍ଡରେ ୫୦ କୋଟି ଡଲାର ଅଛି, ଯେଉଁଥିରେ ମୁଖ୍ୟତଃ ଜାପାନ, ବ୍ରିଟେନ, ଚୀନ ଏବଂ ନେଦରଲ୍ୟାଣ୍ଡର ଯୋଗଦାନ ରହିଛି । ଅନ୍ୟ ପକ୍ଷରେ ଗତ ସପ୍ତାହରେ ବିଶ୍ୱ ବ୍ୟାଙ୍କ ପ୍ରକାଶ କରିଥିଲା ଯେ ୧୫ ମାସରେ ଆପାତକାଳୀନ ସହାୟତା ଆକାରରେ ୧୬୦୦୦ କୋଟି ଡଲାର ଦିଆଯିବ । ଏହା ଦ୍ୱାରା ୭୬ ଗରିବ ରାଷ୍ଟ୍ର ଉପକୃତ ହେବେ ।