୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ‌ଶ୍ରେଣୀଗୃହ ପାଠପଢ଼ା

୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ‌ଶ୍ରେଣୀଗୃହ ପାଠପଢ଼ା

୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ‌ଶ୍ରେଣୀଗୃହ ପାଠପଢ଼ା

ଭୁବନେଶ୍ୱର : ଦଶହରା ପରେ ଅର୍ଥାତ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀଙ୍କ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି। ତେବେ ଏହା ପୂର୍ବରୁ ଅର୍ଥାତ ୨୧ ତାରିଖରୁ +୨ ପ୍ରଥମ ବର୍ଷର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ଆସନ୍ତା କାଲି ଗଣଶିକ୍ଷା ସଚିବଙ୍କ ନେତୃତ୍ବରେ ଏକ ବୈଠକ ବସିବ। ଏଥିରେ ଜିଲ୍ଶା ଶିକ୍ଷା ଅଧିକାରୀମାନେ ଉପସ୍ଥିତ ରହିବେ। ଶ୍ରେଣୀଗୃହ ପାଠପଢ଼ା କେମିତି ରହିବ ସେ ବାବଦରେ ଆଲୋଚନା ରହିବ। କ’ଣ ଏସ୍‌ଓପି ରହିବ ଏବଂ ନିର୍ଦେଶାବଳୀ ରହିବ ତାହା ଏହି ବୈଠକରେ ଆଲୋଚନା ରହିବ। ବୈଠକ ପରେ ସମସ୍ତ ଡିଇଓଙ୍କୁ ଏ ସଂପର୍କିତ ଗାଇଡ୍‌ଲାଇନ୍‌ ଜାରି ରହିବ। ଏହାଦ୍ବାରା ଧୀରେ ଧୀରେ ସ୍କୁଲ୍‌ ଖୋଲିବା ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ଚିନ୍ତା କରୁଥିବା କୁହାଯାଉଛି। ବହୁ ସ୍ଥାନରେ ଅନ୍‌ଲାଇନ୍‌ ଶିକ୍ଷା ଠିକ୍ ଭାବରେ ହୋଇ ପାରୁ ନଥିବାରୁ ଗଣଶିକ୍ଷା ବିଭାଗ ଏପରି ଚିନ୍ତା କରୁଥିବା ଜଣାପଡ଼ିଛି।