୪ ବର୍ଷରେ ଶ୍ରୀୟା ଛକରୁ ଅଢେ଼ଇ କୋଟି ଗଲାଣି

୪ ବର୍ଷରେ ଶ୍ରୀୟା ଛକରୁ ଅଢେ଼ଇ କୋଟି ଗଲାଣି

୪ ବର୍ଷରେ ଶ୍ରୀୟା ଛକରୁ ଅଢେ଼ଇ କୋଟି ଗଲାଣି
ଶ୍ରୀୟା ଛକରୁ ଲୁଟେରାମାନେ କାର କାଚ ଭାଙ୍ଗି ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି । କମିସନରେଟ ପୁଲିସ ରିପୋର୍ଟ କହୁଛି ୨୦୧୬ ରୁ ୨୦୨୦ ମଧ୍ୟରେ କେବଳ ଶ୍ରୀୟା ଛକରୁ ୨ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେଣି ଲୁଟେରା । କାହାକୁ ବନ୍ଧୁକ ଦେଖାଇ ତ କାହାର ବ୍ୟାଗ ଝାମ୍ପି । କାର କାଚ ଭାଙ୍ଗି ମଧ୍ୟ ଅନେକ ଲୁଟ ହୋଇଥିବା ପୁଲିସ ରିପୋର୍ଟ କହୁଛି । ଏହି ୫ ବର୍ଷ ମଧ୍ୟରେ ପୁଲିସ ଅନେକ ଲୁଟେରାଙ୍କୁ ଗିରଫ କରି ଜେଲ ପଠାଇଛି । ସେମାନେ ଜେରା ସମୟରେ ଲୁଟିବା କଥା ମାନିଛନ୍ତି । ହେଲେ ପୁଲିସ ସେମାନଙ୍କ ଠାରୁ ମାତ୍ର ୭ ଲକ୍ଷ ୪୦ ହଜାର ଟଙ୍କା ଜବତ କରିପାରିଛି । ପୁଲିସ କହିଛି, ଏହି ଲୁଟ ପଛରେ ଅଛନ୍ତି ବାଂଲାଦେଶୀ ଲୁଟେରା । ଏହି ବାଂଲାଦେଶୀମାନେ ଶ୍ରୀୟା ସିନେମା ହଲ ଚାରିପାଖେ ଓ ମାଳି ସାହି ଅଞ୍ଚଳରେ ରହୁଛନ୍ତି । ଲୁଟ କରି ଫେରାର ହୋଇଯାଉଛନ୍ତି ।