୪୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ

୪୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ

୪୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ
ନିଶିନ୍ତକୋଇଲି: ଦୋକାନ ବନ୍ଦ କରି ବାଇକ ଡିକିରେ ସୁନା ଗହଣା ନେଇ ଫେରୁଥିଲେ ବ୍ୟବସାୟୀ । ରାସ୍ତାରେ ଗାଡ଼ି ଅଟକାଇ ଔଷଧ ଦୋକାନରୁ ମେଡିସିନ କିଣିଲେ । ସେଠାରୁ ବାଇକ ପାଖକୁ ଫେରି ଦେଖିଲା ବେଳକୁ ଡିକି ଭଙ୍ଗାଯାଇଛି । ସେଥିରୁ ୮୫୦ ଗ୍ରାମ ସୁନା ଗହଣା ଆଉ ନାହିଁ । କେହି ଦୁର୍ବୃତ୍ତଅତି ଚତୁରତାର ସହ ସୁନା ଗହଣାତକ ଲୁଟି ନେଇଛି । ଲୁଟ ଗହଣାର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ଟଙ୍କାରୁ ଅଧିକ ହେବ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର ବଜାରରେ । ଘଟଣାରୁ ପ୍ରକାଶ, ଅସୁରେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପୂବାଂଶ ଗ୍ରାମର ଦୀପକ କୁମାର ମଣ୍ଡଳଙ୍କର ତରତ ବଜାରରେ ଜୟ ଜଗନ୍ନାଥ ଅଳଙ୍କାର ଦୋକାନ ରହିଛି । ରାତି ପ୍ରାୟ ୮ଟାରେ ସେ ଦୋକାନ ବନ୍ଦ କରି ନିଜ ଗ୍ରାମ ପୂବାଂଶକୁ ଫେରୁଥିଲେ । ଆସିଲା ବେଳେ ସେ ନିଜ ବାଇକ ଡିକିରେ ୮୫୦ ଗ୍ରାମ ଓଜନର ସୁନା ଅଳଙ୍କାର ରଖିଥିଲେ । ଘରକୁ ଫେରିବା ବାଟରେ ସେ ଅସୁରେଶ୍ୱର ବଜାରରେ ଔଷଧ କିଣିବାକୁ କିଛି ସମୟ ଅଟକି ଯାଇଥିଲେ । ଔଷଧ କିଣିବା ପରେ ନିଜ ବାଇକ ପାଖକୁ ଆସି ଦେଖିଲେ ଯେ ତାଙ୍କ ବାଇକ ଡିକି ଭଙ୍ଗା ଯାଇଛି ଏବଂ ସେଥିରେ ଥିବା ୮୫୦ ଗ୍ରାମ ଓଜନର ସୁନା ଅଳଙ୍କାର ନାହିଁ । ସୁନା ଗହଣା ଚୋରି ହେବା ପରେ ଦୀପକ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ । ଦୀପକଙ୍କ କହିବା କଥା ହେଉଛି, ତାଙ୍କୁ ତରତ ବଜାରରୁ ଦୁଇ ଜଣ ଯୁବକ ଏକ ବାଇକରେ ପିଛା କରୁଥିଲେ । ସେହି ଦୁଇ ଜଣ ତାଙ୍କ ଡିକି ଭାଙ୍ଗି ଅଳଙ୍କାର ଲୁଟି ନେଇଥିବା ସେ ସନେ୍ଦହ କରୁଛନ୍ତି ।