୪୫ ଓଏଏସ ଅଫିସରଙ୍କ ବଦଳି, ୩୧ ବ୍ଲକରେ ନୂଆ ବିଡିଓ

୪୫ ଓଏଏସ ଅଫିସରଙ୍କ ବଦଳି, ୩୧ ବ୍ଲକରେ ନୂଆ ବିଡିଓ

୪୫ ଓଏଏସ ଅଫିସରଙ୍କ ବଦଳି, ୩୧ ବ୍ଲକରେ ନୂଆ ବିଡିଓ


ଭୁବନେଶ୍ୱର : ରାଜ୍ୟ ସରକାର ବୁଧବାର ଦିନ ଓଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମୋଟ ୪୫ ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଛି । ନୂଆଦିଲ୍ଲୀର ଆବାସିକ କମିସନଙ୍କ କାର୍ଯ୍ୟାଳୟର ଯୁଗ୍ମ ଆବାସିକ କମିସନର ପ୍ରେମଜିତ ନାୟକଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ଶାସନ ସଚିବ, ରାୟଗଡ଼ା ଓଏମସିର ଆଞ୍ଚଳିକ ପ୍ରବନ୍ଧକ ହେମନ୍ତ କୁମାର ସିଂହଙ୍କୁ ରାଇରଙ୍ଗପୁର ଏଡିଏମ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଗଞ୍ଜାମ ଏଡିଏମ, ରାଜ୍ୟ ଅତିଥି ଭବନ ମ୍ୟାନେଜର ଶ୍ରୀରାମ କ୍ରିଷ୍ଣାଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିସନଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଆବାସିକ କମିସନର, ଛତ୍ରପୁର ତହସିଲଦାର ନୀଳାମ୍ବର ଭୋଇଙ୍କୁ ଛତ୍ରପୁର ଉପଜିଲ୍ଲାପାଳ, ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ, ବଡ଼ମ୍ବା ବିଡିଓ ଦେବଦତ୍ତ ମହାନ୍ତଙ୍କୁ କରଞ୍ଜିଆ ଆଇଟିଡିଏ ପିଏ ଭାବେ ନିଯୁକ୍ତି ଦିଆଯାଇଛି । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହା ବାଦ୍ ୩୧ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି । ନବନିଯୁକ୍ତ ବିଡିଓମାନେ ହେଲେ ବରଗଡ଼ର ବିଜେପୁରରେ ତୃପ୍ତି ବରାଇ ଓ ପଦ୍ମପୁର(ରାଜବୋରାସମ୍ବର)ରେ ପଲ୍ଲବୀରାଣୀ ରାଜ, ସୁନ୍ଦରଗଡ଼ର ନୂଆଗାଁରେ ବିକ୍ରାଣି କିସପତ, କୋଇଡ଼ାରେ ଅଂଶୁମାନ ଦାସ ଓ ବଣାଇଗଡ଼ରେ ସ୍ୱଦୀପ କୁମାର ଟୋପୋ, ଯାଜପୁରର ଦଶରଥପୁରରେ ଶ୍ୱେତା ସ୍ନିଗ୍ଧା ଓ କୋରେଇରେ ରଞ୍ଜନ କୁମାର ପରିଡ଼ା, ଖୋର୍ଦ୍ଧାର ବାଲିଅନ୍ତାରେ ନାରାୟଣ ଚନ୍ଦ୍ର ନାୟକ ଓ ବେଗୁନିଆରେ ଲକ୍ଷ୍ମୀ ପ୍ରସାଦ ସାହୁ, ମୟୂରଭଞ୍ଜର ବିଶୋଇରେ ଭାଗବତ ପ୍ରସାଦ ମହାପାତ୍ର, ତିରିଙ୍ଗିରେ ଜ୍ୟୋତିର୍ମୟୀ ପ୍ରଧାନ ଓ ବେତନଟୀରେ ସଂଗ୍ରାମ କେଶରୀ ପରିଡ଼ା, କଟକର ବାଙ୍କୀ-ଡମପଡ଼ାରେ ଶ୍ୟାମଳ କୁମାର ରାୟ ଓ ଟାଙ୍ଗୀ-ଚୌଦ୍ୱାରର ଆଶୁତୋଷ ମିଶ୍ର, ନବରଙ୍ଗପୁରର ଉମରକୋଟରେ ହିମାଞ୍ଚଳ ମାଝୀ ଓ ତେନ୍ତୁଳିଖୁଣ୍ଟିରେ ଦୁର୍ଯେ୍ୟାଧନ ଭୋଇ, କେନ୍ଦ୍ରାପଡ଼ାର ରାଜକନିକାରେ ରବି ନାରାୟଣ ଆଚାର୍ଯ୍ୟ, କୋରାପୁଟର ପଟ୍ଟାଙ୍ଗୀରେ ସୌମ୍ୟ ସାର୍ଥକ ମିଶ୍ର ଓ ଲାମଟାପୁଟରେ ଭବାନୀ ଶଙ୍କର ମିଶ୍ର, ନୂଆପଡ଼ାର କୋମନାରେ ସୁଶାନ୍ତ କୁମାର ରଣା, ସମ୍ବଲପୁରର ଜମନକିରାରେ ଟୁନୁ ମେହେର, ଅନୁଗୁଳର କିଶୋର ନଗରରେ ସ୍ୱରୂପାନନ୍ଦ ସାହୁ ଓ ପାଲଲହଡ଼ାରେ ଦିଲ୍ଲୀପ କୁମାର ବାରା, ବଲାଙ୍ଗୀରର ସଇଁତଳାରେ ଚନ୍ଦ୍ରମଣି ନାଗ, ପୁଇଁତଳାରେ ଅଜୟ ତିୱାରୀ, ଆଗଲପୁରରେ ଗଦାଧର ପାତ୍ର ଓ ତୁରେକେଲାରେ ଦେବାଶିଷ ସାମଲ, ଗଞ୍ଜାମର ଛତ୍ରପୁରରେ ପ୍ରଜ୍ଞା ପ୍ରିୟଦର୍ଶିନୀ, ଧରାକୋଟରେ ଦୀନେଶ ବେହେରା ଓ କୁକୁଡ଼ାଖଣ୍ଡିରେ ତନ୍ମୟ ରଞ୍ଜନ ଜେନା, ନୟାଗଡ଼ର ନୟାଗଡ଼ ବ୍ଲକରେ ଭିକାରୀ ସାହୁ । ଏହା ବାଦ୍ ନୟାଗଡ଼ ତହସିଲଦାର ଭାବେ ଯୁଗଳ କିଶୋର ମିଶ୍ର, ଭଦ୍ରକ ଡିଏସଆର ଭାବେ ଜୟଦେବ ଦାସ, ନୟାଗଡ଼ ଡେପୁଟି କଲେକ୍ଟର ଭାବେ ଆର୍ତ୍ତବନ୍ଧୁ ଲେଙ୍କା, ବନ୍ଧୁଗାଁ ତହସିଲଦାର ଭାବେ ସଦାଶିବ ଭାତ୍ରା, କେନ୍ଦ୍ରାପଡ଼ାର ଡେପୁଟି କଲେକ୍ଟର ଶଙ୍କର୍ଷଣ ବେହେରା, ବୀରମିତ୍ରପୁର ତହସିଲଦାର ଭାବେ ଅଭିପ୍ସା ମହାନ୍ତି ଓ ନୂଆପଡ଼ାର ଡେପୁଟି କଲେକ୍ଟର ଭାବେ ଦେବୀ ପ୍ରସାଦ ଟାଲିଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ସମ୍ପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।