୫-ଟି ଅଧୀନକୁ ଆସିଲା କୃଷି ବିଭାଗ

୫-ଟି ଅଧୀନକୁ ଆସିଲା କୃଷି ବିଭାଗ

୫-ଟି ଅଧୀନକୁ ଆସିଲା କୃଷି ବିଭାଗ
ଭୁବନେଶ୍ୱର - ଉଚ୍ଚ ଶିକ୍ଷା ବିଭାଗ ପରେ ୫-ଟି ଅଧୀନକୁ ଆସିଲା କୃଷି ବିଭାଗ । ଆଜି ଠାରୁ ୫-ଟି ଅଧୀନରେ ରାଜ୍ୟ କୃଷି ବିଭାଗ କାର୍ଯ୍ୟ କରିବ । ଚାଷୀମାନଙ୍କ ଅଭିଯୋଗର ସମାଧାନ କରାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ଆଜି ଠାରୁ ରାଜ୍ୟ କୃଷି ବିଭାଗ ୫ଟି ଅଧୀନରେ କାର୍ୟ୍ୟ କରିବ। ସରକାର ଚାଷୀଙ୍କ ସହ କଥାହୋଇ ସେମାନଙ୍କ ମତାମତ ନେବେ। କୌଣସି ଅଭିଯୋଗ ଆସିଲେ ତୁରନ୍ତ ସମଧାନ କରାଯିବ। ଚାଷୀଙ୍କ ଆୟକୁ ୨ ଗୁଣା କରିବା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସଚିବ ଗର୍ଗ କହିଛନ୍ତି। ବୈଠକରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୧୯୯୯ର ମହାବାତ୍ୟା ସମୟରେ ରିଲିଫ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଓଡ଼ିଶା ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ସାରା ଦେଶରେ ତୃତୀୟ ସ୍ଥାନରେ ରହିଛି। ଏହାର ଶ୍ରେୟ ହେଉଛି ଆମ ଚାଷୀ ଭାଇ ମାନଙ୍କର। ସେହିପରି ଓଡ଼ିଶାକୁ ୫ ଥର କୃଷିକର୍ମଣ ପୁରସ୍କାର ମଧ୍ୟ ମିଳିଛି। ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ, ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ, ବରିଷ୍ଠ ପଦାଧିକାରୀଙ୍କ ସମେତ ଭିଡିଓ କନ୍‌ଫରେନ୍ସରେ ୩୦ଟି ଜିଲାର ଜିଲାପାଳ ଓ କୃଷି ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ, ଚାଷୀମାନଙ୍କ ଫିଡବ୍ୟାକ ଗ୍ରହଣ କରାଯିବ । ପୋଖରୀ ଖନନ କରାଯାଇ ଚାଷୀଙ୍କ ଆୟ ଦ୍ୱିଗୁଣିତ କରାଯିବ । କାଳିଆ ଗ୍ରିଭାନ୍ସ ପୋର୍ଟାଲରେ ଚାଷୀମାନେ ନିଜ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ।