୫ ଦଫା ଦାବିରେ ଅର୍ଥନୈତିକ ଅବରୋଧ

୫ ଦଫା ଦାବିରେ ଅର୍ଥନୈତିକ ଅବରୋଧ

୫ ଦଫା ଦାବିରେ ଅର୍ଥନୈତିକ ଅବରୋଧ
ଭୁବନେଶ୍ୱର:ତାଳଚେର ସୁରକ୍ଷା ମଂଚ ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି । ୫ ଦଫା ଦାବିରେ ନେଇ ଆଜିଠୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯାଇଛି । ଏହି ଅର୍ଥନୈତିକ ଅବରୋଧ ଯୋଗୁଁ ତାଳଚେରରେ ଏମସିଏଲ କୋଇଲାଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହେବାସହ ଏନଟିପିସି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଶିଳ୍ପାନୁଷ୍ଠାନଗୁଡ଼ିକରେ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ନବନିର୍ମିତ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ଆରମ୍ଭ କରାଯିବା, ଧୂଳିଧୂଆଁ ପ୍ରଦୂଷଣକୁ କମ୍ କରାଯିବା, ୱାଗନରେ ପାଲ ଘୋଡ଼ାଯାଇ କୋଇଲା ପରିବହନ କରାଯିବା, ତାଳଚେର ରେଳଷ୍ଟେସନ ଠାରୁ ଅନୁଗୁଳ ରେଳଷ୍ଟେସନକୁ ସଂଯୋଗ କରୁଥିବା ଲୁପ ରେଳଲାଇନକୁ ସମ୍ପୂର୍ଣ୍ଣ କରାଯିବା, ତାଳଚେର-ପୁରୀ ପାସେଞ୍ଜରକୁ କଣିହାଁ ବ୍ଲକକୁ ସମ୍ପ୍ରସାରଣ କରାଯିବା, ପୁରୁଣା ଏନଟିପିସି ଥର୍ମାଲ ପ୍ଲାଣ୍ଟକୁ ବନ୍ଦ ନକରି ନୂତନ ପ୍ଲାଣ୍ଟ ନିର୍ମାଣ କରାଯିବା ଆଦି ଦାବିନେଇ ଏହି ଅର୍ଥନୈତିକ ଅବରୋଧ କରାଯାଉଛି।