୬ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

୬ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ: ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ । ମରାମତି ଅବହେଳାରୁ ଦୈନିକ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ୬ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି ।

ଅନୁଗୁଳ  ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି ଦାବିରେ ଆଜି (ରବିବାର) ଅନୁଗୋଳ ଓକିଲ ସଂଘ ପକ୍ଷରୁ ୬ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜିଲ୍ଲାର ବାମୁର ଠାରୁ ବଅଁରପାଳ ପର୍ୟ୍ୟନ୍ତ ପ୍ରାୟ ୧୦୦ କିମି ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଛି । ଫଳରେ କୌଣସି ଯାନବାହନ ଚଳାଚଳ କରୁନାହିଁ । ବନ୍ଦ ଡାକରାକୁ ଟ୍ରକ ମାଲିକ ସଂଘ, ବସ ମାଲିକ ସଂଘ, ସମସ୍ତ ରାଜନୈତିକ ଦଳ ଏବଂ ସାଧାରଣ ଜନତା ସମର୍ଥନ ଜଣାଇଛନ୍ତି ।