୭୫୦ ମଦ୍ରାସାକୁ ବନ୍ଦ କଲେ ଆସାମର ବିଜେପି ସରକାର

୭୫୦ ମଦ୍ରାସାକୁ ବନ୍ଦ କଲେ ଆସାମର ବିଜେପି ସରକାର

୭୫୦ ମଦ୍ରାସାକୁ ବନ୍ଦ କଲେ ଆସାମର ବିଜେପି ସରକାର
ନୂଆଦିଲ୍ଲୀ : ଆସାମରେ ବନ୍ଦ ହେଲା ମଦ୍ରାସା ଶିକ୍ଷା । ଆସାମ ସରକାର ରାଜ୍ୟରେ ରହିଥିବା ମଦ୍ରାସା ଗୁଡିକ ବନ୍ଦ କରିବା ପାଇଁ ପୂର୍ବରୁ ଘୋଷଣା କରିଥିବା ବେଳେ ସୋମବାର ଏହାକୁ ବନ୍ଦ କରି ଦେଇଛନ୍ତି । ଏଣିକି ଏହି ମଦ୍ରାସା ଗୁଡିକୁ ସାଧାରଣ ସ୍କୁଲରେ ପରିବର୍ତ୍ତିତ କରାଯିବ ବୋଲି ଜଣା ପଡିଛି । ଏହା ସହିତ ରାଜ୍ୟରେ ରହିଥିବା ସଂସ୍କୃତ ବିଦ୍ୟାଳୟ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଏହି ନୁତନ ବ୍ୟବସ୍ଥା ଦ୍ୱାରା ରାଜ୍ୟର ଶିକ୍ଷା ପ୍ରଣାଳି ସମ୍ପୂର୍ଣ୍ଣ ଧର୍ମ ନିରପେକ୍ଷ ହେବ ବୋଲି ଶିକ୍ଷା ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ମତ ଦେଇଛନ୍ତି । କ୍ୟାବିନେଟରେ ନୂତନ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଥିବା ବେଳେ ଆସନ୍ତା ଶୀତ ଅଧିବେଶନରେ ଏନେଇ ଏକ ବିଲ ଆଗତ କରାଯିବ । ମଦ୍ରାସା ଏବଂ ସଂସ୍କୃତ ଟୋଲକୁ ନେଇ ରହିଥିବା ସମସ୍ତ ଆଇନକୁ ଋଦ୍ଧ କରି ଦିଆଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୱାରୀ କହିଛନ୍ତି । ଆସାମରେ ରହିଥିବା ମଦ୍ରାସା ଗୁଡିକର ଉନ୍ନତିକରଣ ପାଇଁ ବାର୍ଷିକ ୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସରକାରଙ୍କ ଦ୍ୱାରା ପରିଚାଳିତ ମଦ୍ରାସା ଗୁଡିକୁ ହାଇ ସ୍କୁଲରେ ପରିିଣତ କରାଯିବ । ଅପର ପକ୍ଷରେ ସମସ୍ତ ସଂସ୍କୃତ ଟୋଲ ଗୁଡିକୁ କୁମାର ଭାସ୍କର ବର୍ମା ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରାଯିବ ।