‘ବିଜେଡି ପାଇଁ କାମ କରିଛନ୍ତି ବିଜେପି ନେତା’
‘ବିଜେଡି ପାଇଁ କାମ କରିଛନ୍ତି ବିଜେପି ନେତା’
ଭୁବନେଶ୍ୱର: ବ୍ରଜରାଜନଗରରେ ବିଜେପିର ଶୋଚନୀୟ ପରାଜୟ ପରେ ଏବେ ଦଳର ନେତାମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ବିଜେଡି ପାଇଁ ବିଜେପି ନେତା କାମ କରିଛନ୍ତି । ବିଜେପିରେ ରହି ବିଜେପି ନେତା ଆତ୍ମଘାତୀ କାମ କରିଛନ୍ତି । ଯେଉଁଥି ପାଇଁ ବ୍ରଜରାଜନଗର ଉପନିର୍ବାଚନରେ ବିଜେପିକୁ ଅଳ୍ପ ଭୋଟ ମିଳିଛି । ଗତକାଲି ବ୍ରଜରାଗନଗର ରେଜଲ୍ଟ ପରେ ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ମୋହନ ମାଝୀ ଓ ପ୍ରଦୀପ ପୁରୋହିତ ।
ଏହି ଅବସରରେ ମୋହନ ମାଝୀ କହିଛନ୍ତି ଯେ ପରିଚାଳନାଗତ ତ୍ରୁଟି ପାଇଁ ବିଜେପିକୁ ଭୋଟ କମିଲା । ତେବେ ଉପନିର୍ବାଚନ ଓ ସାଧାରଣ ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ । ୨୦୨୪ରେ ଏହାର ପ୍ରଭାବ ପଡ଼ିବନାହିଁ ।
ଅନ୍ୟପକ୍ଷରେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ ବିଜେପି ନେତା ଆତ୍ମଘାତୀ କାମ କରିଛନ୍ତି । ଯେଉଁଥି ପାଇଁ ଭୋଟ କମିଲା । ସରକାରୀ କଳର ବ୍ୟବହାର ହୋଇଛି । କଂଗ୍ରେସକୁ ବିଜେଡି ଫଣ୍ଡି କରିଛି ବୋଲି ସେ କହିଛନ୍ତି । ତେବେ ଆତ୍ମଘାତୀ କାମ କିଏ କରିଛି, କାହା ଆଡ଼କୁ ଶ୍ରୀ ପୁରୋହିତ ଅଙ୍ଗୁଳି ନିଦେ୍ର୍ଧଶ କରୁଛନ୍ତି ତାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।




admin 