ଅଟକିଲା ବିବାହ : କନ୍ୟାର ସାନଭଉଣୀଙ୍କୁ ଧରି ବର ଫେରାର୍‌

ଅଟକିଲା ବିବାହ : କନ୍ୟାର ସାନଭଉଣୀଙ୍କୁ ଧରି ବର ଫେରାର୍‌

ଅଟକିଲା ବିବାହ : କନ୍ୟାର ସାନଭଉଣୀଙ୍କୁ ଧରି ବର ଫେରାର୍‌
ମୁରୈନା : ପୋଲିସ୍‌ ପ୍ରଶାସନ ଦ୍ବାରା ବାଲ୍ୟ ବିବାହ ରୋକାଯାଉଥିବାବେଳେ ବର ଜଣକ ନାବାଳିକା ବଧୂର ସାନଭଉଣୀକୁ ନେଇ ଫେରାର୍‌ ହୋଇଛି । ମୁରୈନା ଜିଲ୍ଲାର ପୋରସା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଦଳିତ ନାବାଳିକା ବିବାହର ଖବର ପାଇଁ ପୋଲିସ୍‌ ଏହାକୁ ଅଟକାଇବାରେ ସଫଳ ହୋଇଥିଲା କିନ୍ତୁ ବିବାହ କରିବାକୁ ଆସିବା ବର ଜଣକ ନିଜ ସମ୍ପର୍କୀୟଙ୍କ ସହାୟତାରେ କନ୍ୟାର ସାନଭଉଣୀକୁ ଧରି ଫେରାର୍‌ ହୋଇଛି । ପୋଲିସ୍‌ ଏହି ଘଟଣାରେ ସାହାଯ୍ୟ କରିଥିବା ବରର ସମ୍ପର୍କୀୟଙ୍କୁ ଗିରଫ କରିଛି । ତେବେ ଅପହୃତା ହୋଇଥିବା ନାବାଳିକାକୁ ପୋଲିସ୍‌ ଉଦ୍ଧାର କରିଥିବାବେଳେ ବରଜଣକ ଏବେବି ଫେରାର୍‌ ରହିଛି ।