ଅଧିକ ପୁରୁଷ କରୁଛନ୍ତି ଆତ୍ମହତ୍ୟା
ଅଧିକ ପୁରୁଷ କରୁଛନ୍ତି ଆତ୍ମହତ୍ୟା
ନୂଆଦିଲ୍ଲୀ: ଆତ୍ମ ହତ୍ୟାରେ ପୁରୁଷଙ୍କ ସଂଖ୍ୟା ଅଧିକ କାହିଁକି : ପୁରୁଷ ଅନେକ କାରଣ ପାଇଁ ଆତ୍ମହତ୍ୟା କରିଥାଏ,ଡିପ୍ରେସନ,ଅତ୍ୟଧିକ ମାନସିକ ଚିନ୍ତା କିଛି ମେଡିକାଲ କାରଣ ବି ଥାଏ ।ମଣିଷ ଯେତେ ବେଳେ ଏକ ବଡ଼ ସମସ୍ୟା ଭିତରେ ଫସି ରହିଥାଏ ଯଦି ସେ ତାର ରାସ୍ତା ବାହାର କରି ନ ପାରେ ତେବେ ସେ ଆତ୍ମହତ୍ୟା କରିଥାଏ । ନେଶ୍ନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋର ରିପୋର୍ଟ ଅନୁସାରେ ପାରିବାରିବ ସମସ୍ୟା ଏବଂ ଏଡ୍ସ,କେନ୍ସର ପରି ରୋଗର ପୀଡ଼ାକୁ ସହି ନପାରି ଆତ୍ମହତ୍ୟା କରିଥାଆନ୍ତି ।
୨୦୨୧ରେ ୩୩ ପ୍ରତିଶତ ପାରିବାରିକ ସମସ୍ୟା ପାଇଁ,୧୯ ପ୍ରତିଶତ ରୋଗ ପାଇଁ ଆତ୍ମହତ୍ୟା କରିଛନ୍ତି । ଏଥିରେ କୁହାଯାଇଛି କି ପୁରୁଷମାନଙ୍କ ମଧ୍ୟରୁ ୫୭ ପ୍ରତିଶତ ଲୋକ ଆର୍ଥିକ ସମସ୍ୟା ପାଇଁ ଆତ୍ମହତ୍ୟା କରିଥାଆନ୍ତି ।୨୦୧୧ରେ ହୋଇଥିବା ପରିସଂଖ୍ୟାନରେ କୁହାଯାଇଛି ପୁରୁଷ କାହିଁକି ଆତ୍ମହତ୍ୟା କରୁଛନ୍ତି ? ଆମ ସମାଜ ପୁରୁଷମାନଙ୍କୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି । ଏହି ମାନସିକତା ପାଇଁ ପୁରୁଷ ତାର ସମସ୍ୟା ବିଷୟରେ କାହାକୁ କହିପାରୁ ନାହିଁ । ଯେତେବେଳେ ସେ ସମସ୍ୟାରୁ ବାହାରି ପାରେ ନାହିଁ ସେ ଡିପ୍ରେସନକୁ ଚାଲିଯାଏ ଏବଂ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନିଏ ।
ଆତ୍ମହତ୍ୟା ଉଦ୍ୟମ କରିବା ଏକ ଦଣ୍ଡନୀୟ ଅପରାଧ :
ଭାରତୀୟ ସମ୍ବିଧାନରେ ଆତ୍ମହତ୍ୟାକୁ ନେଇ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଧାରା ୩୦୯ରେ ଅଭିଯୁକ୍ତଙ୍କୁ ଏକ ବର୍ଷ ଜେଲ୍ କିମ୍ବା ଜରିମାନା ଦେବାକୁ ପଡ଼େ । ଭାରତରେ ଆତ୍ମହତ୍ୟା ଉଦ୍ୟମର ସଂଖ୍ୟା ମଧ୍ୟ କମ ନାହିଁ । ୨୦୨୧ ମସିହାରେ ୧,୮୬୩ ମାମଲା ରୁଜୁ ହୋଇଥିବା ବେଳେ ହୋଇଥିବା ବେଳେ,୨୦୨୦ରେ ୧,୬୮୫ ଏବଂ ୨୦୧୯ରେ ୧୬୩୮ ମାମଲା ସାମ୍ନାକୁ ଆସିଥିଲା ।




admin 