ଅମ୍ବାନୀଙ୍କ ଘର ସାମନାରେ କାର ବୋମା ରଖିଥିଲା ଜୈସ-ଉଲ-ହିନ୍ଦ୍

ଅମ୍ବାନୀଙ୍କ ଘର ସାମନାରେ କାର ବୋମା ରଖିଥିଲା ଜୈସ-ଉଲ-ହିନ୍ଦ୍

ଅମ୍ବାନୀଙ୍କ ଘର ସାମନାରେ କାର ବୋମା ରଖିଥିଲା ଜୈସ-ଉଲ-ହିନ୍ଦ୍
ମୁମ୍ବାଇ: ମୁମ୍ବାଇ ସ୍ଥିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସାମନାରେ ଗତ ଗୁରୁବାର ରଖାଯାଇଥିବା ବିସ୍ଫୋରକ ଭର୍ତ୍ତି ଯାନ ପାଇଁ ଏକ ଅପରିଚିତ ଅଶୁଣା ସଂଗଠନ ଜୈସ-ଉଲ-ହିନ୍ଦ ନିଜକୁ ଦାୟୀ କରିଛି । ଏଭଳି ଗାଡ଼ିକୁ ଠିକଣା ସ୍ଥାନରେ ରଖି ସମ୍ପୃକ୍ତ ସଂଗଠନର ସଦସ୍ୟ ନିରାପଦରେ ଘରକୁ ଫେରିଆସିଛି । ତେବେ ଏହି ଘଟଣା ଏକ ଟ୍ରେଲର ମାତ୍ର ଏବଂ ସମ୍ପୂର୍ଣ୍ଣ ଛବି ଆସିବାକୁ ବାକି ରହିଛି ବୋଲି ଉକ୍ତ ସଂଗଠନ ଟେଲିଗ୍ରାମ ଆପରେ ସୂଚାଇ ଦେଇଛି । ଅପରପକ୍ଷେ, ଉକ୍ତ ସଂଗଠନ ପକ୍ଷରୁ ବିଟକଏନ ମାଧ୍ୟମରେ ଅର୍ଥ ଦାବି କରାଯିବା ସହ ପରବର୍ତ୍ତୀ ବିସ୍ଫୋରକ ଗାଡ଼ି ତୁମ ପିଲାଙ୍କ ଗାଡ଼ି ଉପରେ ଚଢ଼ିଯିବ ବୋଲି ଅମ୍ବାନୀଙ୍କ ଉଦେ୍ଧଶ୍ୟରେ ଏଥିରେ ଧମକ ଦିଆଯାଇଛି । ଏଥି ସହିତ ଦେଶରେ କୌଣସି ବି ତଦନ୍ତ ସଂସ୍ଥା ସେମାନଙ୍କର ଗତିରୋଧ କରିବା ପାଇଁ ଉକ୍ତ ବାର୍ତ୍ତା ଆହ୍ୱାନ ଦିଆଯାଇଛି । ସୂଚନା ଥାଉ କି, କିଛି ଦିନ ତଳେ ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସ ଆଗରେ ହୋଇଥିବା ବିସ୍ଫୋରଣ ପାଇଁ ପାଇଁ ମଧ୍ୟ ଉକ୍ତ ଅନାମଧେୟ ସଂଗଠନ ନିଜକୁ ଦାୟୀ କରିଥିଲା ।