କମ୍ପନ ରାଲି ବେଳେ ପୁଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି

କମ୍ପନ ରାଲି ବେଳେ ପୁଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି

କମ୍ପନ ରାଲି ବେଳେ ପୁଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି
ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର ଛାତ୍ର କଂଗ୍ରେସ ପକ୍ଷରୁ କମ୍ପନ ରାଲି କରାଯାଇଛି । ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ପୁଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜମହଲ ଛକ ଠାରେ ବ୍ୟାରିକେଡ ନିର୍ମାଣ କରାଯାଇଥିଲା । ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ନବୀନ ନିବାସ ଆଡ଼କୁ ଅଗ୍ରସର ହେବାବେଳେ ପୂର୍ବରୁ ପ୍ରସ୍ତୁତ ପୁଲିସ ସେମାନଙ୍କୁ ଅଟକାଇଥିଲା । ତେବେ ଛାତ୍ର କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଭାଙ୍ଗିବାରୁ ପୁଲିସ ସେମାନଙ୍କୁ ଅଟକାଇଥିଲା । ଯାହାକୁ ନେଇ ପୁଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏନେଇ ପୁଲିସ କିଛି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖିଥିବା ଜଣାଯାଇଛି । ପ୍ରକାଶ ଯେ, ତୈଳ ଦଳ ବୃଦ୍ଧିକୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଏଥିସହ ନିଯୁକ୍ତି ସମସ୍ୟାକୁ ନେଇ ମଧ୍ୟ ଛାତ୍ର କଂଗ୍ରେସ ଗର୍ଜନ କରିଛି ।