ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଖରାରେ ଲୋକମାନେ ଭାଜି ହୋଇଯିବେ

ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଖରାରେ ଲୋକମାନେ ଭାଜି ହୋଇଯିବେ

ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଖରାରେ ଲୋକମାନେ ଭାଜି ହୋଇଯିବେ
ଭୁବନେଶ୍ୱର : ଫେବୃଆରୀ ଖରା ଯେତିକି ତତାଇଥିଲା ତା’ଠାରୁ ମାର୍ଚ୍ଚ ଅଧିକ ତତାଇବ । ଦିନର ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯିବ । ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଖରାରେ ଲୋକମାନେ ଭାଜି ହୋଇଯିବେ । ଏମିତିକି ଅନେକ ସ୍ଥାନରେ ଅଂଶୁଘାତର ବି ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ଆଇଏମଡ଼ିର ଆକଳନ ଅନୁଯାୟୀ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁରରେ ପ୍ରବଳ ଖରା ଅନୁଭୂତ ହେବ । ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ପାଇଁ ମଧ୍ୟ ଆଇଏମଡ଼ି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବାହାରକୁ ଯାଉଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ୨୪ ଘଂଟା ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ସେହିପରି ଉତର, ଉତର ପଶ୍ଚିମ ଭାରତରେ ବି ପ୍ରବଳ ଖରା ହେବବୋଲି ଆଇଏମଡ଼ି ପକ୍ଷରୁ ଆକଳନ କରାଯାଇଛି । ଏତଦବ୍ୟତୀତ ପୂର୍ବ ଛତିଶଗଡ଼, ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ଖରା ହେବ । ସେହିପରି କୋଙ୍କଣ, ଗୋଆ ଓ ଉପକୂଳ ଆନ୍ଧ୍ରରେ ବି ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । ସ୍ୱାଭାବିକ ସର୍ବୋଚ୍ଚ ତାପମାତ୍ରା ଠାରୁ ଚଳିତ ବର୍ଷ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କୁହାଯାଇଛି ।