ଲୁଟିଆଙ୍କ ସହ ଲଢ଼ିଲେ ବୁଲେଟ ରାଣୀ

ଲୁଟିଆଙ୍କ ସହ ଲଢ଼ିଲେ ବୁଲେଟ ରାଣୀ

ଲୁଟିଆଙ୍କ ସହ ଲଢ଼ିଲେ ବୁଲେଟ ରାଣୀ
ଖଣ୍ଡଗିରି: ବୁଲେଟରେ ଲୁଟିଆଙ୍କ ପିଛା କରି ସେମାନଙ୍କ ସହ ଲଢ଼ିଲେ । ନିଜ ମୋବାଇଲ ଛଡ଼ାଣ ଆଣିବା ସହ ଜଣକୁ କାବୁ କରିବାରେ ସଫଳ ହେଲେ । ନିଜେ ରକ୍ତାକ୍ତ ହେଲେ ସତ କିନ୍ତୁ ଲୁଟିଆଙ୍କୁ ଛାଡ଼ିଲେନି । ଏ କେଉଁ ଚଳଚ୍ଚିତ୍ରର ଦୃଶ୍ୟ ନୁହଁ । ଖୋଦ ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରେ ଶନିବାର ରାତିରେ ଏଭଳି ଘଟଣା ଘଟିଛି । ଲୁଟିଆକୁ କାବୁ କରି ଚର୍ଚ୍ଚାକୁ ଆସିଛନ୍ତି ବୁଲେଟରାଣୀ ରିନୁ ଡାକୁଆ । ରାଜଧାନୀରେ ରକ୍ତମୁଖା ପାଲଟିଛନ୍ତି ଲୁଟିଆ । ସେମାନଙ୍କୁ ଧରିବାରେ ପୁଲିସ ଅନେକ ସମୟରେ ଅସମର୍ଥ ହୋଇଥିବା ବେଳେ ଗତକାଲି ରିନୁ ଅପରାଧୀଙ୍କ ସହିତ ରକ୍ତାକ୍ତ ସଂଘର୍ଷ କରି ବୁଲେଟରାଣୀ ଆଖ୍ୟାକୁ ଯଥାର୍ଥରେ ପ୍ରମାଣିତ କରିଛନ୍ତି । ଚାରିଆଡୁ ତାଙ୍କୁ ମିଳିଛି ଶୁଭେଚ୍ଛାର ସୁଅ । ଏ ନେଇ ଖଣ୍ଡଗିରି ଥାନାରେ ରବିବାର ସେ ଅଭିଯୋଗ କରିବା ପରେ ଲୁଟିଆ ଜଟଣୀ ଥାନା ନିକଟସ୍ଥ ବେଣାପଞ୍ଜରି ଗାଁର ଶୈଖ ଜଲାଉଦ୍ଧିନକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଲୁଟିଆ ବ୍ୟବହାର କରୁଥିବା ପଲସର ବାଇକ ୧୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।