ଆଇଏସଆଇ ଟାର୍ଗେଟରେ ପଞ୍ଜାବର ହିନ୍ଦୁ ନେତା
ଆଇଏସଆଇ ଟାର୍ଗେଟରେ ପଞ୍ଜାବର ହିନ୍ଦୁ ନେତା
admin
Oct 14, 2020 - 09:22
Updated: Oct 14, 2020 - 09:22
ନୂଆଦିଲ୍ଲୀ:ପଞ୍ଜାବରେ ପୁଣି ଥରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ବଡ଼ ଧରଣର ଷଡ଼ଯନ୍ତ୍ର କରିଛି । ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କୁ ମିଳିଥିବା ସୂଚନା ଅନୁସାରେ ଆଇଏସଆଇ ପଞ୍ଜାବର ହିନ୍ଦୁ ନେତାମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଛି । ହିନ୍ଦୁ ସଂଗଠନର ନେତାମାନଙ୍କୁ ହତ୍ୟା କରି ସିଏ ରାଜ୍ୟକୁ ଅସ୍ଥିର କରିବାକୁ ପୂରା ବ୍ଲୁପି୍ରଣ୍ଟ ପ୍ରସ୍ତୁତ କରିଛି । ଏଥିପାଇଁ ସିଏ ପଞ୍ଜାବର କିଛି ସ୍ଥାନୀୟ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟାରମାନଙ୍କ ସହିତ ହାତ ମିଳାଇଛି । ଗତ କିଛି ଦିନ ଭିତରେ ଆଇଏସଆଇ ପଞ୍ଜାବର ଦୁଇ ଜଣ ପଳାତକ ଗ୍ୟାଙ୍ଗଷ୍ଟାର ଏବଂ ଜେଲରେ ଥିବା ତିନି ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କ ସହିତ ଯୋଗାଯୋଗ କରିଛି । ସେମାନଙ୍କୁ ହିନ୍ଦୁ ନେତାମାନଙ୍କୁ ହତ୍ୟା କରିବାକୁ ସୁପାରି ଦିଆଯାଇଛି । ଆଇଏସଆଇ ପୂର୍ବରୁ ଡ୍ରୋନ ଜରିଆରେ ପଞ୍ଜାବରେ ସକି୍ରୟ ଖଲିସ୍ତାନୀ ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ପହଞ୍ଚାଇବାକୁ ଉଦ୍ୟମ କରିଥିଲା । ପାକିସ୍ତାନର ଏଭଳି ଷଡଯନ୍ତ୍ର ବିଏସଏଫ ଏବଂ ପଞ୍ଜାବ ପୁଲିସ ପଣ୍ଡ କରିଥିଲେ । ଏବେ କିନ୍ତୁ ପାକିସ୍ତାନ ରାଜ୍ୟରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁ କରିବା ପାଇଁ ଜୋର ଦାର ଉଦ୍ୟମ କରୁଛି ।