ଆଜିଠାରୁ ସିବିଏସ୍ଇ ଦଶମ, ଦ୍ବାଦଶ ଟର୍ମ-୨ ପରୀକ୍ଷା

ଆଜିଠାରୁ ସିବିଏସ୍ଇ ଦଶମ, ଦ୍ବାଦଶ ଟର୍ମ-୨ ପରୀକ୍ଷା

ଆଜିଠାରୁ ସିବିଏସ୍ଇ ଦଶମ, ଦ୍ବାଦଶ ଟର୍ମ-୨ ପରୀକ୍ଷା

 ନୂଆଦିଲ୍ଲୀ: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଟର୍ମ-୨ ପରୀକ୍ଷା ଆରମ୍ଭ । ସିବିଏସଇ)ର ଦଶମ ଓ ଦ୍ବାଦଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ଅଫଲାଇନ ମୋଡରେ ହେବ । ସମଗ୍ର ଦେଶରେ ୭୪୧୨ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ଦେଶର ପ୍ରାୟ ୩୪ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଦଶମ ବୋର୍ଡ ପରୀକ୍ଷା ମେ ୨୪ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଜୁନ ୧୫ରେ ଶେଷ ହେବ । ପ୍ରତ୍ୟେକ ବିଷୟର ପରୀକ୍ଷା ୨ ଘଣ୍ଟା ପାଇଁ ହେବ । ଛାତ୍ରଛାତ୍ରୀ ୯.୩୦ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଏବଂ ୧୦.୩୦ରୁ ୧୨.୩୦ ମଧ୍ୟରେ ପରୀକ୍ଷା ହେବ । ୨୦୨୨ ଶିକ୍ଷା ବର୍ଷ ପାଇଁ ବୋର୍ଡ ପରୀକ୍ଷା ଦୁଇଟି ପର୍ୟ୍ୟାୟରେ କରାଯିବ ବୋଲି ସିବିଏସଇ)  ଘୋଷଣା କରିଥିଲା।ପୂର୍ବରୁ ପ୍ରଥମ ପର୍ୟ୍ୟାୟ ପରୀକ୍ଷା ହୋଇସାରିଛି । ୫ ଜୁଲାଇ ୨୦୨୧ରେ ଦେଶରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ଦୁଇଟି ପର୍ୟ୍ୟାୟରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା । ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ରରେ ସଂପୂର୍ଣ୍ଣ କୋରୋନା କଟକଣା ପାଳନ କରାଯିବ । ଛାତ୍ରଛାତ୍ରୀ ମାସ୍କ ପିନ୍ଧି ଆସିବା ସହ ସାନିଟାଇଜର ବ୍ୟବହାର କରିବେ । ପରୀକ୍ଷା ହଲରେ ସାମାଜିକ ଦୂରତ୍ବ ପାଳନ କରାଯିବ ।