ଚାକିରି ଚାଲିଗଲେ ବି ପାଇବେ ୩୨୧ କୋଟି!

ଚାକିରି ଚାଲିଗଲେ ବି ପାଇବେ ୩୨୧ କୋଟି!

ଚାକିରି ଚାଲିଗଲେ ବି ପାଇବେ ୩୨୧ କୋଟି!

ନୂଆଦିଲ୍ଲୀ: ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ୱିଟର ବିକ୍ରି ହୋଇଯାଇଛି  । ଏହାକୁ କିଣିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ।  ୪୪ ଶହ କୋଟି ଡଲାରରେ ସେ ଟ୍ୱିଟରକୁ କିଣିଛନ୍ତି  । ତେବେ ସେ ଟ୍ୱିଟର କିଣିବା ପରେ ଭାରତୀୟ ବଂଶୋଦ୍ଭବ ତଥା ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କ ଚାକିରି ଚାଲିଯିବ ବୋଲି ଚର୍ଚ୍ଚା ହେଉଛି  । ଏମିତିକି ପରାଗ ମଧ୍ୟ ଟ୍ୱିଟରର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି ବୋଲି ମତ ଦେଇଛନ୍ତି  । ଅପରପକ୍ଷରେ ଟ୍ୱିଟରର ପୁରୁଣା କର୍ମଚାରୀମାନଙ୍କୁ ବଦଳାଇବା ପାଇଁ ମସ୍କ ସୂଚନା ଦେଇସାରିଛନ୍ତି  ।

ପରାଗଙ୍କ ଚାକିରି ଗଲେବି ସେ ମୋଟା ରକମର ଟଙ୍କା ପାଇବେ  । ଯଦି ତାଙ୍କୁ ଆସନ୍ତା ୧ ବର୍ଷ ମଧ୍ୟରେ ଚାକିରିରୁ ବରଖାସ୍ତ କରାଯାଏ ତେବେ ସେ ୪.୨ କୋଟି ଡଲାର ଅର୍ଥାତ ୩୨୧ କୋଟି ଟଙ୍କା ପାଇବେ  । ସେ ଗତ ପାଂଚ ମାସ ଧରି ଟ୍ୱିଟରର ସିଇଓ ଥିଲେ  । ଗତବର୍ଷ ନଭେମ୍ବରରେ ସେ ଦାୟିତ୍ୱ ନେଇଥିଲେ  । ପରାଗ ଏବେ ଯେତିକି ଦରମା ପାଉଛନ୍ତି ଓ ତାଙ୍କର ଯେତିକି ଇକ୍ୱିଟି ଆୱାଡର଼୍ ରହିଛି ସେଥିରୁ ସେ ଏଭଳି ମୋଟା ରକମର ଅର୍ଥ ପାଇବେ  । 

ଟ୍ୱିଟରକୁ କିଣି ମସ୍କ ଏକ ରେକଡର଼୍ ସୃଷ୍ଟି କରିଛନ୍ତି  । ଟେକ୍ନୋଲୋଜି କ୍ଷେତ୍ରରେ ଏହା ବିଶ୍ୱର ସବୁଠାରୁ ବଡ଼ ଡିଲ ବୋଲି କୁହାଯାଉଛି  । ସେୟାର ମୂଲ୍ୟ ୫୪.୨୦ ଡଲାର ହିସାବରେ ସେ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି  । ଏଥିପାଇଁ ତାଙ୍କୁ ମୋଟ ଉପରେ ୪୪ ବିଲିୟନ ଡଲାର ଦେବାକୁ ପଡ଼ିବ  । ତେବେ ଟ୍ୱିଟର ଆଗକୁ କିଭଳି ଯାତ୍ରା କରିବ ସେନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି  ।