ଆଜି ଜେରା ହେବେନି ବିଦ୍ୟାଭାରତୀ
ଆଜି ଜେରା ହେବେନି ବିଦ୍ୟାଭାରତୀ
ଆଜି ଜେରା ହେବେନି ବିଦ୍ୟାଭାରତୀ
ଭୁବନେଶ୍ୱର: ଆଜି ଆଉ ଜେରା ହେବେନି ବିଦ୍ୟାଭାରତୀ । ବହୁଚର୍ଚ୍ଚିତ ଏଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣାରେ ଗତକାଲି କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ତନାଘନା ଜେରା କରିଥିଲା । ପ୍ରାୟ ସାଢେ଼ ୬ ଘଂଟାୋ ୭୦ ପ୍ରଶ୍ନ ପଚରାଯାଇଥିଲା । ଆଜି ପୁଣି ଥରେ ବିଦ୍ୟା କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ଫେରି ଯାଇଥିବା ଜଣାଯାଇଛି।
ବିଦ୍ୟାଭାରତୀଙ୍କୁ ଗୁରୁବାର ୭ ଘଣ୍ଟାରୁ ଅଧିକ ସମୟ ଜେରା କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ବିଦ୍ୟାଭାରତୀଙ୍କୁ ୭୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା । ସେ କିଛି ପ୍ରଶ୍ନର ରୋକଠୋକ ଉତ୍ତର ରଖିଥିବା ବେଳେ ଅନେକ ପ୍ରଶ୍ନରେ ଝୁଣ୍ଟୁ ଥିଲେ । ମଧ୍ୟାହ୍ନରୁ ଆରମ୍ଭ ହୋଇ ଜେରା ରାତି ପର୍ଯ୍ୟନ୍ତ ଚାଲିଥିଲା । ତେବେ ୭ ଘଣ୍ଟାର ଜେରାପରେ ବି ସନ୍ତୁଷ୍ଟ ହୋଇପାରି ନାହାନ୍ତି କ୍ରାଇମବ୍ରାଞ୍ଚ ଟିମ । ଦିନ ୨ଟାରୁ ଆରମ୍ଭ ହୋଇଥିଲା ରୁଦ୍ଧଦ୍ୱାର ଜେରା । କଲେଜ ଜୀବନ, ସୌମ୍ୟରଞ୍ଜନଙ୍କ ସହ ବିବାହ, ବୈବାହିକ ଜୀବନରେ ଝଡ଼, ଶାଶୂଘର ଲୋକଙ୍କ ସହ ସମ୍ପର୍କ, ହାତଲେଖା ଚିଠି, ବଲାଙ୍ଗୀରର ବ୍ୟାଚଲର ପାର୍ଟି, ସୌମ୍ୟରଞ୍ଜନଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ନେଇ ସେ ଲଗାଇଥିବା ଆରୋପ, ତାଙ୍କ ଦେହରେ ନିଆଁ ଲାଗିବା ରାତିର ଘଟଣା, ଆଇଆଇସି ମମତା ପଣ୍ଡାଙ୍କ ଭୂମିକା ଓ ଡିଏଫଓଙ୍କ ସହ ସମ୍ପର୍କ; ଏ ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ଥୋଇ ବିଦ୍ୟାଭାରତୀଙ୍କୁ ଘେରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ତେବେ ସୌମ୍ୟରଞ୍ଜନଙ୍କ ମୃତୁ୍ୟ ବାବଦରେ ଆରମ୍ଭରୁ ଯେଉଁକଥା କହୁଥିଲେ, ସେହି ସମାନ କଥା ଦୋହରାଇଥିଲେ । ବିଦ୍ୟାଭାରତୀଙ୍କ ବାପାଙ୍କୁ ବି କିଛି ସମୟ ଜେରା କରାଯାଇଥିଲା । ବିଦ୍ୟାଭାରତୀଙ୍କୁ ପୁଣିଥରେ ଜେରା କରାଯାଇପାରେ।




admin 